banner
Breaking

ଆଜି ଗୁଜରାଟ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି

0

ନୂଆଦିଲ୍ଲୀ,୧୯/୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପ୍ରାୟ ସମସ୍ତ ରାଜନୈତିକ ଦଳ ଯୋର ସୋରରେ ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କରି ସାରିଛନ୍ତି । ଏହି କ୍ରମରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନ ପ୍ରଚର ପାଇଁ ବାହାରିଛନ୍ତି ।
ଗୁଜରାଟ ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ରାଜ୍ୟରେ ପ୍ରାୟ ୨୫ଟି ରାଲିରେ ଯୋଗ ଦେବେ । ମୋଦିଙ୍କ ରାଲିକୁ ନେଇ ବଡ ଧରଣର ପ୍ରସ୍ତୁତି ଚାଲିଛି । ମୋଦି ୨୦ ନଭେମ୍ବରରେ ସୌରାଷ୍ଟ୍ର ଗସ୍ତ କରିବେ ସେଠାରେ ସେ ବେରାୱଲ, ଧୋରାଜି, ଅମରେଲି ଓ ବୋଟାଡ ଗସ୍ତ କରିବେ । ଏସବୁ ସ୍ଥାନରେ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବେ ।
ଶନିବାର ମୋଦି ଗୁଜରାଟ ଗସ୍ତ କରୁଥିବା ବେଳେ ତାଙ୍କୁ ସ୍ୱାଗତ କରିବା ଲାଗି ବଲସାଡ ଜିଲା ଭାରତୀୟ ଜନତା ପାର୍ଟି(ଭାଜପା) ର କର୍ମୀମାନେ ଓ ସଙ୍ଗଠନ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । ବଲସାଡର ପାରଡି ବିଧାନସଭା ଆସନରୁ ଭାଜପା ପ୍ରାର୍ଥି କନୁ ଦେଶାଇ ଶନିବାର ହେଉଥିବା ରୋଡ ଶୋ’ର ରୁଟ୍ ନିରିକ୍ଷଣ କରିଛନ୍ତି । ଏପଟେ ମୋଦିଙ୍କ ରୋଡ ଶୋ’କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବି କଡା କଡି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୯ ଏସପି, ୧୭ ଡିଏସପି, ୪୦ ପିଆଇଓ, ୯୦ ପିଏସଆଇ ସମେତ ୧୫୦୦ପୋଲିସ ନିଯୁକ୍ତ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.