banner
Breaking

ଗୁଜରାଟରେ କେଜରିୱାଲଙ୍କ ୫ ଗ୍ୟାରେଣ୍ଟି

0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କ ସଙ୍ଗଠନ ପ୍ରଚାର ଅଭିଯାନ ପାଇଁ ଶୁକ୍ରବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ ଗୁଜରାଟବାସୀଙ୍କ ପାଇଁ ନିର୍ବାଚନ ପୂର୍ବର ‘ଗ୍ୟାରେଣ୍ଟି’ ଘୋଷଣା କରିବେ । ଏଏପି ପକ୍ଷରୁ ଏକ ବୟାନରେ ଗୁରୁବାର କୁହାଯାଇଥିଲା କି କେଜରିୱାଲ ଗୁଜରାଟ ଗସ୍ତ ସମୟରେ ଲୋକଙ୍କ ପାଇଁ ‘ନିର୍ବାଚନ ପୂର୍ବ ବଡ ଗ୍ୟାରେଣ୍ଟି’ର ଘୋଷଣା କରିବେ । ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷ ବେଳକୁ ଗୁଜରାଟ ବିଧାନସଭା ନିର୍ବାଚନ ହେବ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ କେରିୱାଲ କିଛି ‘ଗ୍ୟାରେଣ୍ଟି’ର ଘୋଷଣା କରିଛନ୍ତି । ଯେମିତିକି ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳୀ, ୩୦୦୦ ଟଙ୍କା ବେକାରି ଭତ୍ତା, ୧୦ଲକ୍ଷ ସରକାରୀ ଚାକିରି, ସମସ୍ତଙ୍କୁ ମାଗଣା ଗୁଣବତ୍ତାଥିବା ସ୍ୱାସ୍ଥ ସେବା ଓ ସରକାରୀ ସ୍କୁଲରେ ମାଗଣା ଶିକ୍ଷା ଓ ମହିଳାଙ୍କ ପାଇଁ ୧୦୦୦ଟଙ୍କା ଭତ୍ତା ମିଳିବ ।

Khansweb Solution Bhubaneswar

Leave A Reply

Your email address will not be published.