banner
Breaking

ପାଞ୍ଚଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ।

0

ଭୁବନେଶ୍ବର,୨୬।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନେଇ ମଙ୍ଗଳବାର ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇବ । ୯୨ ହଜାର ୱାର୍ଡ ମେମ୍ବର, ୬ ହଜାର ୮୦୦ ସରପଞ୍ଚ ଓ ସମିତି ସଭ୍ୟଙ୍କ ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ ।

ତେବେ ଆସନ୍ତା ୩୦ ତାରିଖରେ ଜିଲା ପରିଷଦର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କୁ ଦେବେ । ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ହେବ । ଆସନ୍ତା ଫେବୃୟାରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଜାରି ରହିଛି । ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ । ତେବେ କେଉଁ ତାରିଖରେ ଭୋଟ ହେବ ସେ ନିଷ୍ପତ୍ତି ରାଜ୍ୟ ନିର୍ବାଚନ କମିଶନ ନେବେ ।

Khansweb Solution Bhubaneswar

Leave A Reply

Your email address will not be published.