banner
Breaking

ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡଲାଇନ ଜାରି

0

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସି ଏହି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପ୍ରଚାର ସମୟରେ ବହୁଜନ ସମାବେଶ ଉପରେ ରୋକ ଲଗାଇଛନ୍ତି। ସର୍ବାଧିକ ୧୦୦ ଜଣରେ ରାଜନୈତିକ ସମାବେଶକୁ ଅନୁମତି ମିଳିଛି। ଖୋଲା ସ୍ଥାନରେ ସମାବେଶ ହେଲେ ସାମାଜିକ ଦୂରତା ଏବଂ ମାସ୍କ ବାଧ୍ୟତାମୂଳକ। ଗଣତି କେନ୍ଦ୍ର ଆଗରେ ଏକାଠି ହୋଇପାରିବେନି ଜନସାଧାରଣ। ଶୋଭାଯାତ୍ରାରେ ମଧ୍ୟ କଟକଣା ଲାଗୁ କରାଯାଇଛି।

ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ସମସ୍ତ ବ୍ୟକ୍ତିବିଶେଷ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନିର୍ବାଚନ ପରିଚାଳନାରେ ଅଂଶଗ୍ରହ କରୁଥିବା ବ୍ୟକ୍ତି ଡବଲ ଡୋଜ୍‌ ଟିକା ନେବେ । ଭୋଟଦାନ କେନ୍ଦ୍ରକୁ ସାନିଟାଇଜ୍‌ କରାଯିବା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ନାମାଙ୍କନ ସମୟରେ ପ୍ରାର୍ଥୀଙ୍କ ସହିତ କେବଳ ଜଣେ ନାମାଙ୍କନ ଦାଖଲ କରିବାକୁ ଯିବେ। ଏଥିରେ କେହି ବିଶୃଙ୍ଖଳା ସୃଷ୍ଟି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.