banner
Breaking

ଗୋବିନ୍ଦ ସାହୁଙ୍କ ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

0

ବଲାଙ୍ଗିର : ସେ ବହୁତ ଷ୍ଟ୍ରଙ୍ଗ ଲୋକଥିଲେ । ସେ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ତାଙ୍କୁ ହତ୍ୟା କରାଯାଇଛି । ଏମିତି ଅଭିଯୋଗ ଆଣିଛନ୍ତି ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀ । ଗୋବିନ୍ଦ ସାହୁ ଗତକାଲି ରାତି ୧୧ଟାରେ ଘରକୁ ଫୋନ କରିଥିଲେ । ଭଲମନ୍ଦ ପଚାରି ବୁଝିଥିଲେ । ହେଲେ ତାଙ୍କ କଥାରେ ସେମିତି କିଛି ସୂଚନା ପାଇ ପାରି ନ ଥିଲେ ଗୋବିନ୍ଦଙ୍କ ପତ୍ନୀ । ହେଲେ ଆଜି ସକାଳୁ ତାଙ୍କର ମୃତ୍ୟୁ ଖବର ସାରା ପରିବାରକୁ ସ୍ତବ୍ଧ କରି ଦେଇଛି ।
ଜେଲ ଭିତରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ତାଙ୍କର ପରିବାର ଲୋକେ । ଗୋବିନ୍ଦଙ୍କ ପତ୍ନୀ କହିଛନ୍ତି, ତାଙ୍କ ସ୍ୱାମୀଙ୍କୁ ପ୍ଲାନ କରି ହତ୍ୟା କରାଯାଇଛି । ସେ ଏଥିପାଇଁ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ଯିଏ ନେଇଥିଲା ସେ ତାଙ୍କୁ ସୁରକ୍ଷା ଦେବା କଥା ।

ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଆଜି ଜେଲ ଭିତରେ ମୃତ୍ୟୁ ଘଟିଛି ।  ଗୋବିନ୍ଦ ସାହୁ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଆଭିଯୁକ୍ତ ଓ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲରେ ଥିଲେ । ଆଜି ସକାଳୁ ପ୍ରାୟ ୯ ଟା ସମୟରେ ଶୌଚ ପାଇଁ ଯାଇଥିଲେ । ଜେଲ ଭିତରେ ଥିବା ଏକ ଗଛରେ ପିନ୍ଧା ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.