banner
Breaking

ପଞ୍ଚାୟତ ନିର୍ବାଚନ ସ°ରକ୍ଷଣ ତାଲିକା ପ୍ରକାଶ।

0

ଭୁବନେଶ୍ୱର,୯।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଜିଲାସ୍ତରରେ ଓ୍ବାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ପଦବୀ ଲାଗି ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତେବେ ମିିଳିଥିବା ସୂଚନା ଅନୁଯାୟୀ ୧୪ ଜିଲା ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ସକ୍ଷମ ହୋଇଛନ୍ତି। ବଡ ବଡ ଜିଲାଗୁଡିକରେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ତାଲିକା ପ୍ରକାଶ କରିବେ ବୋଲି ଜଣାଡିଛି। ଅକ୍ଟୋବର ୧୬ରୁ ଏହା ଉପରେ ଆପତ୍ତି ଅଭିଯୋଗ ଶୁଣାଣି କରାଯିବା। ୨୧ ତାରିଖ ସୁଦ୍ଧା ଶୁଣାଣି ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ଅକ୍ଟୋବର ୨୬ ତାରିଖ ସୁଦ୍ଧା ସଂରକ୍ଷଣ ତାଲିକା ଚୂଡାନ୍ତ କରି ନିର୍ବାଚନ କମିଶନଙ୍କ ନିକଟକୁ ପଠାଇବେ। ସେହିପରି ଜିଲାପରିଷଦ ସଭାପତି ଆସନ ପାଇଁ ଅକ୍ଟୋବର ୧୬ ରେ ଚିଠା ତାଲିକା ଜାରି କରାଯିବ। ୨୬ରେ ଚୂଡାନ୍ତ ତାଲିକା ପ୍ରକାଶ ସହ ୨୯ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯିବ। ତେବେ ମିଳିଥିବା ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ୩୦ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ସ୍ଥାନ ସଂରକ୍ଷଣ ଚିଠା ପ୍ରସ୍ତାବ ପଠାଇବାକୁ ଜିଲାପାଳଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି।
ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ଡେଇଁବ ନାହିଁ। ରାଜ୍ୟର ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟରୁ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ୧୫ ଆସନ ଅଣ ସଂରକ୍ଷିତ ରହିବ। ଅନ୍ୟ ୧୫ଟି ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୩, ଅନୁସୂଚିତ ଜନଜାତିପାଇଁ ୭ ଏବଂ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିପାରେ। ତେବେ ଅଣସଂରକ୍ଷିତ ଆସନରୁ ସଂରକ୍ଷିତ ବର୍ଗର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବାରେ କୌଣସି ସମସ୍ୟା ହେବ ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.