banner
Breaking

ନୂଆ ଡ୍ରେସ ପାଇଁ ଜୀବନ ହାରିଲେ ଯୁବତୀ।

0

ଭୁବନେଶ୍ୱର,୧୪ା୧୦(ଓଡିଆ ନ୍ୟୁଜ)) : କୁମାର ପୂର୍ଣ୍ଣିମାରେ ନୂଆ ଡ୍ରେସ୍‌ ନ ମିଳିବାରୁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ରବିବାର କୁମାର ପୂର୍ଣ୍ଣିମା ଉତ୍ସବ ଥିବାର ଗ୍ରାମର ସମସ୍ତ ଝିଅମାନେ ନୂଆ ବସ୍ତ୍ର ପରିଧାନ କରିଥିଲେ। ଏହାଦେଖି ନାବାଳିକା ଜଣକ ମଧ୍ୟ ନୂଆ ଡ୍ରେସ ପିନ୍ଧିବାକୁ ଘରେ ଦାବି କରିଥିଲା। କିନ୍ତୁ ପରିବାର ଲୋକେ ରାଜି ନ ହୋଇ ଓଲଟି ତାଙ୍କୁ ଗାଳି ମାଡ଼ କରିଥିଲେ। ଏଥିରେ ସେ ମିୟମ୍ରାଣ ହୋଇ ଘରେ ଚାଷ ପାଇଁ ଥିବା କୀଟନାଶକ ପିଇ ଦେଇଥିଲେ। ଫଳରେ ଚିତ୍କାର ଶୁଣି ପରିବାର ଲୋକେ ଦେଖିବା ପରେ ସଙ୍ଗେ ସଙ୍ଗେ ବାଳକାଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଦେଖିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରି ଦେଇଥିଲେ। ତେବେ ଚିକିତ୍ସା ସମୟରେ ଅପରାହ୍ନ ୩ଟାରେ ନାବାଳିକାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ବାଲିପାଟଣା ପୋଲିସ ପହଞ୍ଚତ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନଂ.୪୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କୁମାର ଉତ୍ସବରେ ଗ୍ରାମ ସାରା ଖୁସିର ମାହୋଲ ଥିବାବେଳେ ନାବାଳିକାଙ୍କ ମୃତ୍ୟୁ ଖବର ଶୁଣି ଶୋକର ଛାୟା ଖେଳିଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.