banner
Breaking

ମହଙ୍ଗା ହେଲା ଗ୍ୟାସ

0

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପିଛା ୧୦୫ ଟଙ୍କା ବଢ଼ିଥିବା ବେଳେ କୋଲକାତାରେ ୧୦୮ ଟଙ୍କା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ୧୯ କେଜି ସିଲିଣ୍ଡରର ମୂଲ୍ୟ ୨ ହଜାର ପାର କରିଛି । ୫ କେଜିର ବ୍ୟବସାୟିକ ସିଲିଣ୍ଡର ଦାମ୍‌ ମଧ୍ୟ ୨୭ ଟଙ୍କା ବଢ଼ି ୫୬୯ ଟଙ୍କା ହୋଇଛି । ସେହିପରି କୋଲକାତାରେ କମର୍ସିଆଲ ସିଲିଣ୍ଡରର ନୂଆ ଦାମ୍‌ ୨ ହଜାର ୮୯ ଟଙ୍କା ହୋଇଥିବା ବେଳେ ଭୁବନେଶ୍ବରରେ ସିଲିଣ୍ଡର ପିଛା ଦର ୨ ହଜାର ୧୩୦ ଟଙ୍କା ହୋଇଛି । ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ପୂର୍ବଭଳି ଅପରିବର୍ତ୍ତିତ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.