banner
Breaking

ବର୍ଷାରେ ବୁଡିଗଲା ଧାନବିଲ,

0

ଗଞ୍ଜାମ,୧୩।୧୧(ବ୍ୟୁରୋ): ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହର ବାସୀ l ଏଥି ସହିତ ଦିନ ଓ ରାତି ତମାମ ବର୍ଷା ଫଳରେ ଧାନ ଚାଷ ଜମି ଗୁଡିକ ଜଳମଗ୍ନ ରହିଥିବା ଦେଖିବାକୁ ମିଳିଛି l ବିଶେଷ କରି ପୁଇଁତୋଳା, ଝଡକୁଦା, ଲକ୍ଷ୍ମୀପୁର, ପାଳିବନ୍ଧ, କାଇଁଚପୁର, କଲ୍ୟାଣପୁର ଆଦି ଗ୍ରାମର ଚାଷ ଜମି ପ୍ରଭାବିତ ହୋଇଛି l ବର୍ଷା ଯଦି ଲାଗି ରହେ ତା’ହେଲେ ଧାନ ଗଛ ପଚିଯିବାର ଯଥେଷ୍ଟ ସମ୍ଭାବନା ରହିଛି l ଏଣୁ ଗଞ୍ଜାମ ଅଞ୍ଚଳର ଚାଷୀ ଚିନ୍ତାରେ ପଡିଯାଇଛନ୍ତି l ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ କ୍ଷତି ପୂରଣ ଦେବାକୁ ଦାବି ହୋଇଛି l

Khansweb Solution Bhubaneswar

Leave A Reply

Your email address will not be published.