banner
Breaking

ଗଞ୍ଜାମରେ ୭ ଦିନ ପାଇଁ ସବୁ ଧର୍ମାନୁଷ୍ଠାନ ବନ୍ଦ।

0

ବ୍ରହ୍ମପୁର , ୧୩।୪: ଗଞ୍ଜାମ ଜିଲାର ସମସ୍ତ ଧର୍ମାନୁଷ୍ଠାନକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ବୁଧବାରଠୁ ୨୧ ତାରିଖ ଯାଏ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିବ । କୋଭିଡ୍‌ ସଂକ୍ରମଣ ବୃଦ୍ଧିପରେ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।
ନିର୍ଦ୍ଦେଶ ଅନୁଯାୟୀ, ଏହି ୭ ଦିନ ଧର୍ମାନୁଷ୍ଠାନଗୁଡିକୁ ସାନିଟାଇଜ କରାଯିବ। ତା’ ସହ ଠାକୁରଙ୍କ ରୀତିନୀତି ପାଳନ ହେବ।
ଧର୍ମାନୁଷ୍ଠାନ ସହିତ ଜିଲାର ସମସ୍ତ ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସେହିପରି ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।
ଏବେ ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଚାଲିଛି। ତେବେ ଏଥିରେ ବି ଲାଗିଛି କଟକଣା। ମା’ଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଦୁଇ ଜଣ ପୂଜକ କରୋନା ପଜିଟିଭ ଚିହ୍ନଟ ପରେ ଏହି କଟକଣା ଲାଗୁ କରାଯାଇଛି। ଏଣିକି ଯାତ୍ରା ସରିବା ଅର୍ଥାତ୍‌ ୧୬ ତାରିଖ ଯାଏ ମା’ଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଏହାସହ ମଣ୍ଡପରେ ପୂଜକ ଓ କର୍ମକର୍ତ୍ତାଙ୍କ ସମେତ ଅତି ବେଶୀରେ ୧୦ ଜଣଙ୍କ ପ୍ରବେଶକୁ ଅନୁମତି ମିଳିଛି।
ସୂଚନାଯୋଗ୍ୟ, ଜିଲାରେ ଗତ ୨୪ ଘଣ୍ଟାରେ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.