banner
Breaking

ନାବାଳିକାକୁ ବଳତ୍କାର ଉଦ୍ୟମ।

0

ବୁଗୁଡ଼ା,୯ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ଏକ ମାମାଲା(ନଂ.୧୫୯/୨୧) ରୁଜୁ ହୋଇଛି। ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ନାବାଳିକା ଜଣକ ପୋଖରୀ ହିଡ଼ରେ ବସିଥିଲେ। ଅଭିଯୁକ୍ତ ତାଙ୍କୁ ଏକୁଟିଆ ପାଇ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକା ଜଣକ ଯୁବକଙ୍କ ହାତକୁ କାମୁଡ଼ିଦେଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଯୁବକ ଜଣକ ନାବାଳିକାଙ୍କୁ ଜବରଦସ୍ତ ଗଞ୍ଜେଇ ଖୁଆଇ ଦେଇଥିଲେ। ଫଳରେ ନାବାଳିକା ଜଣକ ଚେତା ହରାଇ ତଳେ ପଡିଯିବାରୁ ଭୟରେ ଯୁବକ ଜଣକ ଖସି ପଳାଇଥିଲେ। ପରେ ସମସ୍ତ ଘଟଣା ଶୁଣିବା ପରେ ଝିଅକୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ନାବାଳିକାଙ୍କ ବାପା ଏ ନେଇ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଶୁକ୍ରବାର ଡାକ୍ତରୀ ମାଇନା ପରେ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ବିବାହିତ ଓ ତାଙ୍କର ୨ ସନ୍ତାନ ଅଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.