banner
Breaking

ଶୈଳଶ୍ରୀ ବିହାରରେ ୫୦ ଫୁଟର ଗଣେଶ ମୂର୍ତ୍ତି ଓ ମହୀଶୂର ତୋରଣ

0

ଭୁବନେଶ୍ୱର,: ଅଉ କେଇଟା ଦିନ ପରେ ଧରା ଧାମକୁ ବିଜେ କରିବେ ଆଦିଦେବ ପ୍ରଭୁ ଶ୍ରୀ ଗଜାନନ । ସେଥିପାଇଁ ଭୁବନେଶ୍ୱରରେ ବିଭିନ୍ନ ଗଣେଷ ପୂଜା କମିଟି ଓ କ୍ଲବ ତରଫରୁ ଚାଲିଛି ଜୋରଦାର ପ୍ରସ୍ତୁତି । କରୋନା ମହାମାରୀର କରାଳ ଦାଉରେ ଦୁଇବର୍ଷ ଧରି ଆଡମ୍ବରରେ ହୋଇପାରି ନଥିବା ଗଣେଷ ପୂଜା ଏଥର ମହା ଅଡମ୍ବରରେ ପାଳିତ ହେବାକୁ ଯାଉଛି । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ଓ ସାଧାରଣ ଲୋକମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି । ରାଜଧନୀର କେଉଁ ସ୍ଥାନରେ ନଭଶ୍ଚୁମ୍ବୀ ତୋରଣ ନିର୍ମାଣ ହେଉଛିତ କେଉଁଠାରେ ବିଶାଳକାୟ ମୂର୍ତ୍ତି। ଏହି ଦୌଡରେ ପଛରେ ପଡିନାହିଁ ଶୈଳଶ୍ରୀ ବିହାର ଫେଜ ୨ର ତଳପଡିଆ ଗଣେଷ ପୂଜା କମିଟି । ଏଥର ମଣ୍ଡପରେ ନିର୍ମାଣ ହେଉଛି ମହୀଶୂର ଇନଡୋର ହଲ ତୋରଣ । ୫୦ ଫୁଟର ମୂର୍ତ୍ତି, ୨୦ କେଜିର ଲଡୁ ଓ ୫ ଫୁଟୁର ମୂଷା ଯାହା ସମସ୍ତଙ୍କୁ ଆକର୍ଷିତ କରିବ । ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଲା ଏହି ୫୦ ଫୁଟର ମୂର୍ତ୍ତିରେ ମାଟି, କାଦୁଅ, ନଡା ବ୍ୟବହାର ହେଉନାହିଁ । କେବଳ ସୋଲ, ବାଉଁଶ ପାତ, ଅଖା ଓ ପ୍ଲାଷ୍ଟର ପ୍ୟାରିସରେ ତିଆରି ହେଉଛି ବୋଲି କହିଛନ୍ତି ମୁଖ୍ୟ କାରିଗର ସ୍ୱପ୍ନଜିତ୍ ପତି । ଯାଜପୁରର ବ୍ଲାକ ଲୋଟସ୍ ଟିମର କାରିଗର ମାନେ ଦୀର୍ଘ ମାସେ ହେବ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ମଣ୍ଡପ ଭିତରେ ନବଗ୍ରହଙ୍କ ସହିତ ୭ ଦେଦାଦେବୀ ସ୍ଥାନ ପାଇବେ । କୌଣସି କେମିକାଲସ୍ ରଙ୍ଗ କିମ୍ବା ପଲିଥିନ ବ୍ୟବହାର କରାହେବ ନାହିଁ ବୋଲି ଅନ୍ୟତମ କାରିଗର ପର୍ଶୁରାମ ପଣ୍ଡା କହିଛନ୍ତି ।
ତଳପଡିଆ ଗଣେଶ ପୂଜା କମିଟି ୧୦ ବର୍ଷ ହେବ ନିଆରା ଢଙ୍ଗରେ ପୂଜା କରି ଆସୁଛି । କମିଟିରେ ୧୦୦ ଜଣ ସଦସ୍ୟ ରହିଛନ୍ତି । ଏଥର ପୂଜାର ୧୦ ଦିନ ପୂର୍ବରୁ ମିନାବଜାର ପଡିଛି । ପୂଜାଦିନ ଦୁଇ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଭଜନ ସନ୍ଧ୍ୟା, ମେଲୋଡି ସହିତ ନାଟକ ମସ୍ଥ କରାଯିବ । ଭଷାଣୀ ଧୁମଧାମରେ କରାଯିବ ବୋଲି କହିଛନ୍ତି ସଭାପତି ଦିପ୍ତି ରଞ୍ଜନ ଷଢଙ୍ଗୀ, ସମ୍ପାଦକ ଶଶୀକାନ୍ତ ନନ୍ଦ ଓ ମୁଖ୍ୟ ସମ୍ପାଦକ ଶ୍ରୁଭଜିତ ରାଉତ ।

Khansweb Solution Bhubaneswar

Leave A Reply

Your email address will not be published.