banner
Breaking

ନୂଆ ରୁପରେ ଆସୁଛି ପବଜୀ ଗେମ୍।

0

ନୂଆଦିଲ୍ଲୀ,୭।୫: ଭାରତରେ ପବ୍‌ଜୀ ଗେମ୍‌ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍‌ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ ପବ୍‌ଜୀର ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ପବ୍‌ଜୀ ଗେମ୍‌ର ନିର୍ମାଣକାରୀ କମ୍ପାନୀ ‘କ୍ରାଫ୍ଟନ’ ପ୍ରସ୍ତୁତି ପଥରେ ରହଛି। ଏହା ଭାରତରେ ଲଞ୍ଚ୍‌ କରିବ ବୋଲି ଘୋଷଣା କରାଯାଇଛି। ଏହି ଗେମ୍‌ର ନାମ ‘ବ୍ୟାଟଲଗ୍ରାଉଣ୍ଡ୍‌ସ ମୋବାଇଲ ଇଣ୍ଡିଆ’ ହେବ। କିନ୍ତୁ କେଉଁ ତାରିଖରେ ଏହା ଲଞ୍ଚ କରିବ ତାହା ସ୍ପଷ୍ଟ କରାଯାଇନାହିଁ। ଏହି ଗେମ୍‌ ପୂରା ପବ୍‌ଜୀ ପରି ହେବ।

‘ବ୍ୟାଟଲଗ୍ରାଉଣ୍ଡ୍‌ସ ମୋବାଇଲ୍‌ ଇଣ୍ଡିଆ’ର ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଟିଜର ରିଲିଜ ହୋଇଛି। ଏହି ଟିଜର ରିଲିଜ ହେବାର ମାତ୍ର କିଛି ଘଣ୍ଟାରେ ଏହାକୁ ୧୨ଲକ୍ଷ ୟୁଜର ଦେଖିସାରିଲେଣି। ଏଥିରେ କମିଂ ସୁନ୍‌ ଅର୍ଥାତ୍‌ ଶୀଘ୍ର ଆସୁଛି ବୋଲି ଲେଖାହୋଇଛି। ଚଳିତବର୍ଷ ଏହି ଗେମ୍‌ ଲଞ୍ଚ କରିବ।

Khansweb Solution Bhubaneswar

Leave A Reply

Your email address will not be published.