banner
Breaking

ଜାତୀୟ କ୍ରୀଡା ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ।

0

ନୂଆଦିଲ୍ଲୀ, ୨୧ା୫ (ବ୍ୟୁରୋ)-କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। କୋଭିଡ୍‌ ଯୋଗୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବା ଲାଗି କୁହାଯାଇଛି। ଆବେଦନର ଶେଷ ଦିବସ ଜୁନ୍‌ ୨୧ ରଖାଯାଇଛି। ମହାମାରୀ ଯୋଗୁ ଗତ ବର୍ଷ ଭଳି ଏଥର ବ୍ୟକ୍ତିଗତ ଭାବେ ପୁରସ୍କାର ପାଇଁ ଆବେଦନ କରିହେବ। ୨୦୧୯ ପର୍ଯ୍ୟନ୍ତ ଆବେଦନକାରୀଙ୍କ ଲାଗି ସୁପାରିସର ଆବଶ୍ୟକତା ଥିଲା। କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ ନିୟମରେ କୋହଳତା ଅବଲମ୍ବନ କରାଯାଇଥିଲା। ଜାତୀୟ ପୁରସ୍କାର ପାଇଁ ଗତବର୍ଷ ୭୪ଟି ଆବେଦନପତ୍ର ମିଳିଥିଲା। ପୁରସ୍କାର ରାଶି ମଧ୍ୟ ବୃଦ୍ଧି କରାଯାଇଥିଲା। ଖେଳରତ୍ନ ପୁରସ୍କାର ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା, ଅର୍ଜୁନ ବିଜେତାଙ୍କୁ ୧୫ ଲକ୍ଷ, ଦ୍ରୋଣାଚାର୍ଯ୍ୟ (ଲାଇଫ୍‌ଟାଇମ୍‌) ବିଜେତାଙ୍କୁ ୧୫ ଲକ୍ଷ ଏବଂ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ଗତବର୍ଷ ଏକ ଅଭୂତପୂର୍ବ କଥା ଦେଖିବାକୁ ମିଳିଥିଲା। କ୍ରିକେଟର ରୋହିତ ଶର୍ମା, ମହିଳା ହକି ଟିମ୍‌ ଅଧିନାୟିକା ରାଣୀ ରାମ୍‌ପାଲ, ରେସ୍‌ଲର ଭିନେଶ ଫୋଗତ୍‌, ପାରାଅଲିମ୍ପିଆନ ମାରିୟାପାନ ଥଙ୍ଗାଭେଲୁ ଓ ଟିଟି ଖେଳାଳି ମନିକା ବାତ୍ରାଙ୍କୁ ମିଳିତ ଭାବେ ଖେଳରନତ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.