banner
Breaking

ଦଶଟି ଓଡ଼ିଆ ଗଜଲ୍‌ଧର୍ମୀ ଗୀତର ଲୋକାର୍ପଣ ସନ୍ଧ୍ୟା

0

ଭୁବନେଶ୍ୱର : ସ୍ଥାନୀୟ ଜୟଦେବ ଭବନଠାରେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ରାଜକିଶୋର ଗୋଚ୍ଛାୟତଙ୍କ ବଳିଷ୍ଟ ସଙ୍ଗୀତ ନିର୍ଦ୍ଦେଶନାରେ ଗଜଲ ଧର୍ମୀ ବା ଗଜଲ ଛାୟାରେ ରଚିତ ଦଶଟି ଓଡିଆ ଏବଂ ହିନ୍ଦୀ ଗଜଲ୍‌/ଗୀତର ଲୋକାର୍ପଣ କରାଯାଇଛି ।
ଏହି ଲୋକାର୍ପଣ ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ ସଂଗୀତ ଗାୟକ ପ୍ରଣବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗଜଲ ଆଲବମ୍‌କୁ ଲୋକାର୍ପିତ କରିଥିଲେ । ଏହି ଅବସରରେ ଏଆଇଆର୍‌ର ଷ୍ଟେସନ୍ ମାଷ୍ଟର ତଥା ଲେଖକ ଗୌର ପଟ୍ଟନାୟକ ଏବଂ ଡିଏଭି କଳିଙ୍ଗ ନଗରର ପ୍ରିନ୍ସିପାଲ୍ ବିପିନ କୁମାର ସାହୁ ଯୋଗ ଦେଇଥିଲେ ।
ଆନନ୍ଦର ବିଷୟ ଏହିକି ଯେ ଭାରତ ପ୍ରସିଦ୍ଧ ଗଜଲ ଗାୟକ ତଲତ ଅଜୀଜ୍ ଏଥିରେ ପ୍ରଥମ ଥର ପାଇଁ ଓଡ଼ିଆ ଗୀତ ଗାଇଛନ୍ତି । ତଲତ ଅଜୀଜ୍‌ଙ୍କ କଣ୍ଠରୁ ଗୋଟିଏ ଓଡ଼ିଆ ଏବଂ ଗୋଟିଏ ହିନ୍ଦୀ ଗୀତ ଶୁଣିବେ ଏହି ଆଲବମ୍‌ରେ । ଏହା ବ୍ୟତିତ ପ୍ରଖ୍ୟାତ ଗାୟିକା ଅନୁରାଧା ପୌଡୁୱାଲ୍‌ଙ୍କ ସମେତ କଣ୍ଠଶିଳ୍ପୀ ଦୁର୍ଗାଚରଣ ମିଶ୍ର, କୁମାର ସତ୍ୟମ୍‌, ସମୀକ୍ଷା ମିଶ୍ର, ଦୀପ୍ତିରେଖା ପାଢୀ, ସନ୍ଦୀପ ମିଶ୍ର, ଜଗଦୀଶ ସ୍ୱାଇଁ ଏବଂ ସ୍ୱରୁପ ପଟ୍ଟନାୟକ ଏହି ଗଜଲ୍ ଗୁଡିକୁ ଗାଇଛନ୍ତି ।
ଗୀତ/ଗଜଲ୍ ଗୁଡିକୁ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର ତ୍ରୀପାଠୀ, ବସନ୍ତ କୁମାର ଦାସ, ସୁବ୍ରତ ମହାନ୍ତି, ପ୍ରତାପ ପଣ୍ଡା, ଜଲୀ ସ୍ୱାଇଁ ଓ ହିତେନ୍ଦ୍ରନାଥ ମହନ୍ତ ।
ଅନେକ ସୁନାମଧନ୍ୟ ସଙ୍ଗୀତଜ୍ଞ, ଗୀତିକାର, କଣ୍ଠଶିଳ୍ପୀ, ସୁସାହିତ୍ୟିକ ଓ ସର୍ବୋପରି ସଙ୍ଗୀତପ୍ରେମୀଙ୍କ ମହାମିଳନରେ ଗଜଲ ସଂନ୍ଧ୍ୟାଟି ସମସ୍ତଙ୍କ ମନ ମୋହିନେଇଥିଲା । ସମସ୍ତେ ମିଳିତ ଭାବରେ ଏପରି ଏକ ଗୁଣାତ୍ମକ ସଙ୍ଗୀତ କାର୍ଯ୍ୟକ୍ରମର ଅନେକ ପ୍ରଶଂସା କରିବା ସହିତ ଆଗକୁ ଏମିତି ଆଉ କିଛି ସଙ୍ଗୀତକୁ ଅପେକ୍ଷା କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ମଚଂ ପରିଚାଳନାରେ ଓଡିଶାର ଜଣାଶୁଣା ମଚଂ ପରିଚାଳକ ଗୁଲସନ ନଦୀମ ବିଶେଷ ଭୂମିକାରେ ଥିଲେ ଏବଂ ବିଶେଷ ଅଭିନୟରେ ଥିଲେ ମମତା ତ୍ରିପାଠୀ । ଶେଷରେ, ଏ କାର୍ଯ୍ୟକ୍ରମର ଯେ ପରିକଳ୍ପନା କରିଥିଲେ ସେଇ ସ୍ରଷ୍ଟା, ଯୁବ ସଙ୍ଗୀତ ନିର୍ଦ୍ଦେଶକ ରାଜ କିଶୋର ଗୋଚ୍ଛାୟତ ଆଶୀର୍ବାଦ ଭିକ୍ଷା ସହ ଉପସ୍ଥିତ ରହି ଉତ୍ସାହିତ କରିଥିବାରୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.