banner
Breaking

ପଞ୍ଚାୟତ ସ୍ତରରେ ହେବ ଜୋନ୍ ବ୍ୟବସ୍ଥା।

0

ଭୁବନେଶ୍ୱର,୨୬।୫(ଓଡ଼ିଆ ନ୍ୟୁଜ): କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ୪ର୍ଥ ପର୍ଯ୍ୟାୟ ଜାରି ରହିଛି। ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହେବାକୁ ନେଇ ଜିଲାଗୁଡ଼ିକୁ ରେଡ୍‌, ଅରେଞ୍ଜ, ଗ୍ରୀନ୍‌ ଜୋନ ଘୋଷଣା କରାଯାଉଥିଲା। ହେଲେ ଏଭଳି କରାଯିବା ଫଳରେ ଅର୍ଥନୈତିକ କାରବାର ଉପରେ ରୋକ ଲାଗିଗଲା। ଏବେ ଚିହ୍ନଟ ହେଉଥିବା ଆକ୍ରାନ୍ତ ସବୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲାଓ୍ବାରୀ ଜୋନ୍‌ ବ୍ୟବସ୍ଥା ନ କରି ପଞ୍ଚାୟତସ୍ତରରେ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ଜୋନ୍‌ ବ୍ୟବସ୍ଥା ନେଇ ରାଜ୍ୟ ସରକାର ମେ’ ୧୮ରେ ଗାଇଡ୍‌ଲାଇନ୍‌ କରିଛନ୍ତି। ତଦନୁଯାୟୀ ପଞ୍ଚାୟତସ୍ତରରେ ଜୋନ୍‌ ଚିହ୍ନଟ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.