banner
Breaking

ପଞ୍ଚାୟତ ନିର୍ବାଚନ ପାଇଁ ବଢିଲା ଅଡ଼ୁଆ

0

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ହେବ। ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ନେଇ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ରାଜ୍ୟ ସରକାର ଜଣାଇଛନ୍ତି। ଏହାପରେ ଜାନୁୟାରୀ ୩ ସୁଦ୍ଧା ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ଜାନୁୟାରୀ ୫ ସୁଦ୍ଧା ଅଭିଯୋଗର ସମାଧାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜାନୁୟାରୀ ୭ରେ ସଂରକ୍ଷଣ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ସରକାର ଚୂଡ଼ାନ୍ତ ତାଲିକା ଦେବେ । ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।.

Khansweb Solution Bhubaneswar

Leave A Reply

Your email address will not be published.