banner
Breaking

ଫ୍ରେଣ୍ଡଜୁର ରଜ ମହୋତ୍ସବ ଫନ୍ ଫିଏଷ୍ଟା ଉଦଯାପିତ

0

ଭୁବନେଶ୍ୱର,: ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡଜୁ ପକ୍ଷରୁ ରଜ ମହୋତ୍ସବ ଫନ୍ ଫିଏଷ୍ଟା ଚନ୍ଦ୍ରଶେଖରପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉଦଯାପିତ ହୋଇଯାଇଛି । ଏହାକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ସମାଜସେବୀ ସୃତି ମୋହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । ଏହି ମହୋତ୍ସବ ତିନିଦିନ ଧରି ଚାଲିଥିଲା । ଏଥିରେ ଓଡିଶାର ପ୍ରସିଦ୍ଧ ହ୍ୟାଣ୍ଡଲୁମ ଶାଢୀ,ଡ୍ରେସ୍‌, ତାରକସୀ ଗହଣା,ମସଲା ସାମଗ୍ରୀ ଠାରୁ ଆରମ୍ଭ କରି ଓଡିଶା ସରକାରଙ୍କ ପିଠା ସହିତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପଦାର୍ଥର ଷ୍ଟଲ, ପିଲା ମାନଙ୍କ ପାଇଁ ଦୋଳି. ସେଲଫି ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ କରାଯାଇଥିଲା । ଯାହାକି ସମସ୍ତଙ୍କୁ ଆକର୍ଶିତ କରିଥିଲା । ତିନିଦିନ ପ୍ରବଳ ଭିଡ ଜମି ରହିଥିଲା । ପ୍ରଥମ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୈାତମ ଗିରି,ବାବୁ ପାଣିଗ୍ରାହୀ,ନରେଶ ନାରାୟଣ ଓ ସେଫାଳିଙ୍କ କଣ୍ଠରୁ ଶୁଣିବାକୁ ମିଳିଥିଲା ସୁନ୍ଦର ସୁନ୍ଦର ଗୀତ । ଓଲିଉଡ ହିରୋ ଦୀପକ ଯୋଗଦେଇ ମନୋରଞ୍ଜନ କରିଥିଲେ । ଶେଷରେ ଲକି ଡ୍ର କରାଯାଇ ୧୦ ଜଣଙ୍କୁ ସରପ୍ରାଇଜ ଉପହାର ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଓ ତୃତିୟ ଦିନ ସକାଳେ ସ୍ୱାସ୍ଥ୍ୟ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ହେବା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାର ଜଣାଶୁଣା କଣ୍ଠଶୀଳ୍ପି ଆଶୁତୋଷ,ସୁରଜ, ଶ୍ରୀଜାତା, ମୌସୁମୀ, ଭାଗ୍ୟଶ୍ରୀ, ଗୌତମ, ବାବୁ ପାଣିଗ୍ରାହୀ, ଗୁଲସନ୍ ପ୍ରମୁଖ ଯୋଗଦେଇ ମନଛୁଆଁ ଗୀତ ପରିବେଶଣ କରିଥିଲେ । ଓଲିଉଡ ଷ୍ଟାର ଦୀପକ,ଉଷାଶ୍ରୀ ମିଶ୍ର ଓ ଆକାଶ ଯୋଗଦାନ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ । ଉଦଯାପନୀ ଉତ୍ସବରେ ସିରିଏଲ୍ ଅଭିନେତା ତୁଷାର ଓ ବିଏମସି ଅଧିକାରୀ ବିନୟ କୁମାର ଦାସ ଯୋଗଦେଇ ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତି ବିଶେଷ୍ୟଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟି ଜାହ୍ନବୀ ଦେଓ,ଲିତା ମୋହାପାତ୍ର,ସସ୍ମିତା ପଣ୍ଡା ଓ ମିଲା ଦଳବେହେରା ପରିଚାଳନା କରିଥିବାବେଳେ ଗୁଲସନ୍ ନଦିମ୍‌, ଦିନେଶ ସ୍ୱାଇଁ ଓ ଡଃ ରବିଶଙ୍କର ସହେଯାଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.