banner
Breaking

ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

0

କୋଲ୍‌କାତା: ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥଲା। ଶ୍ରୀ ଚାଟାର୍ଜୀ ଆଜି କଲିକତାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ଥିବାବେଳେ ଗତକାଲି ତାଙ୍କର ହୃଦଘାତ ହୋଇଥିଲା । ସାଂସଦ ଭାବେ ୧୦ଥର ଲୋକସଭାକୁ ନିବାର୍ଚିତ ହୋଇଥିବା ସୋମନାଥ ଚାଟାର୍ଜୀ ବର୍ତ୍ତମାନ କୌଣସି ଦଳରେ ନାହାନ୍ତି। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୬୮ ମସିହାରେ ସେ ସିପିଏମ୍‌ରେ ଯୋଗ ଦେଲେ। ୨୦୦୮ ପର୍ଯ୍ୟନ୍ତ ଦଳର ନେତା ଥିଲେ।ଉପା-୧ ସରକାରରୁ ତାଙ୍କ ଦଳ ସମର୍ଥନ ପ୍ରତ୍ୟାହାର କରି ନେବା ପରେ ବାଚସ୍ପତି ପଦରୁ ଇସ୍ତଫା ନ ଦେବାରୁ ଏହି ବର୍ଷିୟାନ୍‌ ନେତାଙ୍କୁ ୨୦୦୮ରୁ ସିପିଆଇ (ଏମ୍‌) ଦଳରୁ ବହିଷ୍କୃତ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.