banner
Breaking

କୋଟି କୋଟି ଟଙ୍କାର ମୂଲ୍ୟବାନ ଗଛ କଟା : ଜଙ୍ଗଲ ବିଭାଗ ସାଜିଛି ନିଦାବିଷ୍ଣୁ

0

କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ଅଧୀନରେ ଥିବା କୋଟପାଡ଼ ରେଞ୍ଜର ଅନ୍ତର୍ଗତ ଚାନ୍ଦିଲି ସେକ୍ସନର ମଲଚମା ରିଜର୍ଭ ଫରେଷ୍ଟରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ମୂଲ୍ୟବାନ ବୃକ୍ଷ ଯେପରିକି ଶାଳ, ପିଆଶାଳ,ଶାଗୁଆନ ଆଦି ଗଛର କଟାଯାଇଥିବା ଅଭିଯୋଗ ହୋଇଅଛି କିନ୍ତୁ ବନବିଭାଗର ଉଚ୍ଚ ସ୍ତରୀୟ ଅଧିକାରୀମାନେ ମୋଟା ଅଙ୍କର ଅର୍ଥ ନେଇ ଘଟଣାଟି ଚପେଇଦେବାକୁ ଉଦ୍ୟମ କରୁଥିବାର ଜଣା ପଡିଛି କାଠ କୋଟି କୋଟି ଟଙ୍କାର ଜୟପୁର ଏ. ସି. ଏଫ ଶ୍ରୀ ସୁଭାଷ ଖୁଣ୍ଟିଆ ଏବଂ ଏ. ସି. ଏଫ ପ୍ରଭୁଦତ୍ତ ମିଶ୍ର ତଦନ୍ତ ଲାଗି ନିର୍ଦେଶ ଦେଇଥିଲେ ସୁଦ୍ଧା ନିରବ ରହିଛନ୍ତି ବୋଲି ଅଭିଯୋଗ ହୋଇଅଛି l ଆର. ସି. ସି. ଏଫ ଶ୍ରୀ ସୁଦୀପ୍ତ ଦାସ ମଧ୍ୟ ଏହି ବିଷୟ ନେଇ ନିରବ ରହିଥିବାର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ lଏ ନେଇ ବିଭାଗୀୟ ସଚିବଙ୍କୁ ମଧ୍ୟ ଅବଗତ କରାଯାଇଥିଲା l ଏହିଭଳି ହଜାରରୁ ଉର୍ଦ୍ଧ ଜଙ୍ଗଲ କାଟିବା ବିଭାଗୀୟ ସ୍ତରରେ ଆଜିକୁ ବହୁଦିନ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସାଧାରଣ ଗ୍ରାମବାସୀ ମାନେ ଅଭିଯୋଗ କରିଅଛନ୍ତି l ଗୋଟିଏ ପଟରେ ରାଜ୍ୟ ସରକାର ଜଙ୍ଗଲ- ସୁରକ୍ଷା ପରିବେଶ ରକ୍ଷା ସ୍ଲୋଗାନ ଦେଇ ବାହାଗିନି ମାରୁଥିବା ବେଳେ ତାହା ଯେ କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଅଛି ଏହି ଜଙ୍ଗଲର ସ୍ପଷ୍ଟ ଚିତ୍ର ଅନୁମାନ କରିଲେ ଜାଣି ହେଉଛି l ତେବେ ଏ ଘଟଣା କେତେ ଦୂର ସତ୍ୟା ସତ୍ୟ ତାହା ଆଗାମୀ ଦିନରେ ଜଣା ପଡିବ ବୋଲି ଗ୍ରାମବାସୀମାନେ ଦୁଃଖର ସହ ପ୍ରକାଶ କରିଅଛନ୍ତି l

Khansweb Solution Bhubaneswar

Leave A Reply

Your email address will not be published.