banner
Breaking

ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ଦ୍ବନ୍ଦ

0

ମସ୍କୋ, ୨।୪ : ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ଯୋଗୁ ରୁଷିଆ ମଧ୍ୟ ଚାପରେ ରହିଛି। ପାଶ୍ଚାତ୍ୟ କଟକଣା ନ ହଟାଯିବା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ସହଯୋଗ କରିବ ନାହିଁ ବୋଲି ରୁଷିଆ ଘୋଷଣା କରିଛି।

ଦେଶର ସ୍ପେସ ଏଜେନ୍ସି ରସକୋସମୋସ କହିଛି ଯେ ନାସା ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି ଭଳି ସହଯୋଗୀମାନଙ୍କ ସହ ସ୍ପେସ ଷ୍ଟେଶନରେ ରୁଷିଆ ଆଉ କାମ କରିବେ ନାହିଁ।

ରସକୋମୋସ ମୁଖ୍ୟ ଡିମିଟ୍ରି ରୋଗୋଜିନ ଟୁଇଟରରେ ଏନେଇ ସୂଚନା ଦେଇଛନ୍ତି। ବିଦ୍ୟମାନ ପ୍ରକଳ୍ପଗୁଡିକ ପୂରଣ କରିବା ପାଇଁ ସେ କ୍ରେମଲିନକୁ ଏକ ଟାଇମ ଟେବୁଲ ଦାଖଲ କରିବେ ବୋଲି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.