banner
Breaking

ଆମେରିକା ବନ୍ଦକଲା ତେଲ ଉତ୍ପାଦନ

0

ୱାଶିଂଟନ,୧୦ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୪ ଦିନ ପୂରଣ ହୋଇ ସାରିଛି । କିଛି ସମୟର ଅସ୍ତ୍ରବିରତି ପରେ ରୁଷିଆ ପୁଣିଥରେ ଆକ୍ରମଣ ପାଇଁ ତତ୍ପର ହୋଇ ଉଠିଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସଫାସଫା ରୁଷିଆରୁ ଅଶୋଧିତ ତୈଳ ଓ ଗ୍ୟାସ ଉତ୍ପାଦନକୁ ବନ୍ଦ କରି ଦେଇଛନ୍ତି । ଅନ୍ୟପଟେ ପେପ୍ସିକୋ ମଧ୍ୟ ରୁଷିଆରେ ଉତ୍ପାଦନ ଓ ବିକ୍ରିକୁ ବନ୍ଦ କରି ଦେଇଛି ।
ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କେନ ଓ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ବୁଧବାର ଫୋନ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ଦୁଇ ନେତା ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍ ପାଇଁ ଅତିରିକ୍ତ ସୁରକ୍ଷା ଓ ମାନବୀୟ ସହାୟତାକୁ ନେଇ ଚର୍ଚ୍ଚା କରିଛନ୍ତି । ଅନ୍ୟପଟେ ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି, ରୁଷିଆ ୟୁକ୍ରେନ୍ ଉପରେ ରସାୟନିକ ଆକ୍ରମଣ କରିପାରେ । ଅନ୍ୟପଟେ ରୁଷିଆ ଆକ୍ରମଣରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ୟୁକ୍ରେନକୁ ଆଇଏମ୍‌ଏଫ୍ ୧.୪ ବିଲିୟନ ଡଲାର ସହାୟତା ମଞ୍ଜୁରୀ କରିଛି ।

Khansweb Solution Bhubaneswar

Leave A Reply

Your email address will not be published.