banner
Breaking

ରୁଷିଆର ଧମକ

0

ମସ୍କୋ,୨।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୭ ଦିନ ବିତିଛି। ରୁଷିଆ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ରୁଷିଆ ପୁଣିଥରେ ବୁଧବାର ସମଗ୍ର ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି।

ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନକୁ ସହାୟତା କରୁଥିବା ବେଳେ ରୁଷିଆକୁ ଅନେକେ ନାମୀଦାମୀ କମ୍ପାନୀ ଓ ଅନ୍ତର୍ଜାତୀୟ ସମୂହ ଏକ ଘରକିଆ କରିବା ଆରମ୍ଭ କରିଛନ୍ତି। ଆର୍ଥିକ କଟକଣା ଲାଗୁ ଥିବାରୁ ରୁଷିଆ ଏବେ ବ୍ୟାପକ କ୍ଷତି ସହୁଛି। ଏଣୁ ରୁଷିଆର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ପରମାଣୁ ବୋମାର ଭୟ ଦେଖାଇଛନ୍ତି।

ସେ କହିଛନ୍ତି, ରୁଷିଆ ସମସ୍ତ ପ୍ରକାରର କଟକଣା ପାଇଁ ପ୍ରସ୍ତୁତ ରହିଥିଲା। ହେଲେ ପଶ୍ଚିମ ଦେଶଗୁଡ଼ିକ ଆମ ଦେଶର ଖେଳାଳି, ଖବରଦାତା ଓ ପ୍ରତିନିଧିଙ୍କୁ ଟାର୍ଗେଟ କରିବେ ବୋଲି ଆମେ କେବେ ଆଶା କରି ନ ଥିଲୁ। ଏବେ କିନ୍ତୁ ସେମିତି କିଛି ଘଟିଛି। ଯାହାକୁ ଆଦୌ ଗ୍ରହଣୀୟ ନୁହେଁ। ଯଦି ତୃତୀୟ ବିଶ୍ୱଯୁଦ୍ଧ କୌଣସି ବି ପରିସ୍ଥିତିରେ ଆରମ୍ଭ ହୁଏ, ତା’ହେଲେ ଏଥିରେ ପରମାଣୁ ଅସ୍ତ୍ରର ବ୍ୟବହାର ହେବ। ଏହାର ଧ୍ୱଂସଲୀଳା ଅଧିକ ରହିବ। ୟୁକ୍ରେନରେ ରୁଷିଆ ପକ୍ଷରୁ ସ୍ବତନ୍ତ୍ର ମିଲିଟାରୀ ଅପରେଶନ ଚାଲଛି। ଏସବୁ ଭିତରେ କ୍ୱିଭ୍‌ କୌଣସି ଦେଶଠାରୁ ପରମାଣୁ ଅସ୍ତ୍ର ପାଇଲେ ସ୍ଥିତି ଆହୁରି ଭୟଙ୍କର ରୂପ ଧାରଣ କରିବ।

Khansweb Solution Bhubaneswar

Leave A Reply

Your email address will not be published.