banner
Breaking

ସୈନ ଫେରାଇ ଆଣିବାକୁ ପୁଟିନଙ୍କୁ ଅନୁରୋଧ

0

ଜେନେଭା,୨୪।୨ : ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ରୁଷ୍ରିାର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ଏନେଇ ଅନୁରୋଧ କରିଛନ୍ତି। ଏକ ଟୁଇଟର ପୋଷ୍ଟରେ ସେ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ମୋତେ ମୋର ଆବେଦନକୁ ପରିବର୍ତ୍ତନ କରିବାକୁ ପଡିବ। ମାନବତା ପାଇଁ ପୁଟିନ୍‌ ତାଙ୍କ ସୈନିକମାନଙ୍କୁ ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି। ଏହି ସଂଘର୍ଷ ବର୍ତ୍ତମାନ ବନ୍ଦ ହେବା ଜରୁରୀ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.