banner
Breaking

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ

0

କିଭ,୨୪ ।୨: ପ୍ରତି ମୁହୂର୍ତ୍ତରେ ବଢି ଚାଲିଛି ୟୁକ୍ରେନ ସଙ୍କଟ । ଅଘୋଷିତ ଭାବେ ୟୁକ୍ରେନ୍ ଉପରେ ରୁଷିଆ ଏକ ପ୍ରକାର ଆକ୍ରମଣ କରି ସାରିଛି କହିଲେ ହୁଏତ କିଛି ଭୁଲ ହୋଇ ନ ପାରେ । ରୁଷିଆର ଟ୍ୟାଙ୍କ ପୂର୍ବ ୟୁକ୍ରେନର ଡୋନେସ୍କ ଓ ଲୁହାନସ୍କରେ ଦାଖଲ ହୋଇ ସାରିଛି ଓ ରୁଷିଆ ସେନା ବିଦ୍ରୋହୀଙ୍କ ସହ ମିଶି ୟୁକ୍ରେନ ସେନାର ନିୟନ୍ତ୍ରଣରେ ଥିବା ଅଞ୍ଚଳ ଆଡକୁ ଅଗ୍ରସର ହେଉଛନ୍ତି । ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବର୍ଷଣ ବି ବଢିବାରେ ଲାଗିଛି । ଏହାରି ଭିତରେ ଜଣେ ୟୁକ୍ରେନ ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଆହତ ହୋଇଥିବା କୁହାଯାଉଛି । ଶୁଣିବାକୁ ମିଳିଛି କି ରୁଷିଆ ଦ୍ୱାରା ସ୍ୱାଧିନତା ଘୋଷିତ କରାଯାଇଥିବା ଡୋନେସ୍କ ଓ ଲୁହାନସ୍କର ସେହି ଅଞ୍ଚଳକୁ ନିଜ ଅଧିନକୁ ଆଣିବାକୁ ଚେଷ୍ଟା କରାଯାଉଛି ଯେଉଁ ଅଞ୍ଚଳ ବିଦ୍ରୋହୀଙ୍କ କବଜାରେ ନାହିଁ । ଏହାଦ୍ୱାରା ରୁଷିଆ ଓ ୟୁକ୍ରେନ୍ ସେନା ମୁହାଁମୁହିଁ ହେବା ଥୟ ବୋଲି କୁହାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.