banner
Breaking

ରଣବୀରଙ୍କ ପାଇଁ ଜ୍ୟାକଲିନ୍ ଏବେ ପୁରା ଏକ୍ସସାଇଟେଡ।

0

ମୁମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ୍ ଫର୍ଣ୍ଣାଡିଜ ଏବେ ଖୁବ୍ ବ୍ୟସ୍ତ । ନିକଟରେ ସେ ଶୈଫ ଅଲି ଖାଁଙ୍କ ସହ ଫିଲ୍ମ ‘ଭୁତ ପୋଲିସ’ର ଶୁଟିଂ କରି ସାରିଛନ୍ତି। ଏବେ ସେ ନିର୍ଦ୍ଦେଶକ ରୋହିତ ସେଟ୍ଟି ଓ ଅଭିନେତା ରଣବୀର ସିଂଙ୍କ ସହ କାମ କରିବାକୁ ଯାଉଛନ୍ତି । ଫିଲ୍ମ ‘ସର୍କସ’ରେ ଏମାନେ ଏକାଠି କାମ କରିବେ ବୋଲି ଜ୍ୟାକଲିନ କହିଛନ୍ତି । ଏହାକୁ ନେଇ ଜ୍ୟାକଲିନ କହିଛନ୍ତି ରୋହିତ ସେଟ୍ଟି ଓ ରଣବୀର ସିଂଙ୍କ ସହ କାମ କରିବା ତାଙ୍କର ସ୍ୱପ୍ନ ଥିଲା ଯାହା ଏବେ ପୂରଣ ହୋଇଛି । ଆଉ ଏହାକୁ ନେଇ ସେ ଖୁବ୍ ଏକ୍ସସାଇଟେଡ ଥିବା ପ୍ରକାଶ କରିଛନ୍ତି । ରଣବୀରଙ୍କ ସହ କାମ କରିବାକୁ ନେଇ ଜ୍ୟାକାଲିନ କହିଛନ୍ତି ସେ ସବୁବେଳେ ଏନରଜେଟିକ ଓ ପଜିଟିଭ ମୁଡରେ ରହିଥାଆନ୍ତି । ତେଣୁ ତାଙ୍କ ସହ କାମ କରିବାକୁ ମୋର ବହୁତ ଇଚ୍ଛା ଥିଲା । ଅନ୍ୟପଟେ ଜ୍ୟାକଲିନ ତାଙ୍କ ସ୍ପାର୍କଲିଙ୍ଗ ପର୍ସନାଲିଟି ପାଇଁ ମଧ୍ୟ ବେଶ୍ ପରିଚିତ । ରଣବୀରଙ୍କ ସହ କାମକୁ ନେଇ ଜ୍ୟାକଲିନ କହିଛନ୍ତି କ୍ୟାମେରା ଅନ୍ ହେବା ପରେ ଆମେ ପରସ୍ପର ମଧ୍ୟରେ ଠିକ୍ ଭାବେ ତାଳମେଳ ରଖି କାମ କରିଥାଉ । ସେଥିପାଇଁ ନିର୍ଦ୍ଦେଶକଙ୍କର କୌଣସି ପ୍ରଶ୍ନର ଶିକାର ଆମେ ହେଉନାହିଁ । ପ୍ରଥମରୁ କିନ୍ତୁ ରଣୀବରଙ୍କ ସହ ଅଭିନୟ କରିବାକୁ ନେଇ ସେଟ୍ ଉପରେ ନର୍ଭସ ହୋଇଯାଇଥିବା ଜ୍ୟାକଲିନ କହିଛନ୍ତି । ହେଲେ ପରେ ସବୁକିଛି ଠିକ୍ ହୋଇ ଯାଇଛି । ବଚ୍ଚନ ପାଣ୍ଡେ, କିକି-୨, ଭୁତ ପୋଲିସ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଥିବା ଜ୍ୟାକଲିନ ଫିଲ୍ମ ‘ସର୍କସ’କୁ ନେଇ ମଧ୍ୟ ଆଶାବାଦୀ ବୋଲି କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.