banner
Breaking

ହଲିଉଡ ଟ୍ୟାଲେଣ୍ଟ ଏଜେନ୍ସି ସହିତ ହାତ ମିଳାଇଲେ ଦୀପିକା।

0

ମୁମ୍ବାଇ; ବଲିଉଡ୍ ନାୟିକା ଦୀପିକା ପାଦୁକୋନ ହଲିଉଡ୍‌ର ଟ୍ୟାଲେଣ୍ଟ ଏଜେନ୍ସି ଆଇସିଏମ୍ ସହ ହାତ ମିଳାଇଛନ୍ତି । ଆଇସିଏମ୍ ସୂଚିରେ ବଡ ବଡ ହଲିଉଡ କଳାକାରଙ୍କ ନାମ ସାମିଲ ରହିଛି । ଦୀପିକା ୨୦୧୭ରେ ଡିଜେ ଜେ କାରୁସୋଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ହଲିଉଡ୍ ମୁଭି ‘ଏକ୍କ୍‌ଏକ୍ସଏକ୍ସ: ରିଟର୍ଣ୍ଣ ଅଫ୍ ଜେଣ୍ଡର କେଜ’ରୁ ନିଜର ହଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ । ଆଜି ଦୀପିକା ବଲିଉଡ୍‌ର ସବୁଠାରୁ ଟ୍ୟାଲେଣ୍ଟେଡ ସେଲିବ୍ରିଟିଙ୍କ ମଧ୍ୟରେ ଜଣେ । ନିକଟରେ ସେ ହଲିଉଡ୍‌ର ଏକ ବଡ ଟ୍ୟାଲେଣ୍ଟ ଏଜେନ୍ସି ସହ ଯୋଡି ହୋଇଯାଇଛନ୍ତି । ଏହାକୁ ନେଇ ସେ ଖୁବ୍ ଖୁସି ଥିବା ବେଳେ ଉତ୍ସାହିତ ବି ଅଛନ୍ତି । ବଲିଉଡ୍ କଥା ଆଲୋଚନା କଲେ ଦୀପିକା ଏବେ ମୁଭି ‘୮୩’ରେ ନଜର ଆସିବେ । ଏହା ୧୯୮୩ରେ ଭାରତ ବିଶ୍ୱକପ୍ କ୍ରିକେଟ ମ୍ୟାଚ ଜିତି ଯେଉଁ ଐତିହାସିକ ରେକର୍ଡ କରିଥିଲା ସେହି କାହାଣୀ ଉପରେ ଆଧାରିତ ହୋଇଛି ଫିଲ୍ମ । ଏଥିରେ ରଣବୀର ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ ।

Khansweb Solution Bhubaneswar

Leave A Reply

Your email address will not be published.