banner
Breaking

ପୁଣି ଚର୍ଚ୍ଚାରେ ପ୍ରିୟା

0

ମୁମ୍ବାଇ: ପୁଣି ଚର୍ଚ୍ଚାରେ ପ୍ରିୟା। ସେତେବେଳେ ଆଖିମାରି ଚର୍ଚ୍ଚାକୁ ଆସିଥିବା ପ୍ରିୟା ଏବେ ଗୀତ ଗାଇ ମନ କିଣି ନେଇଛନ୍ତି। ତେବେ ପ୍ରିୟା ପ୍ରକାଶ ୱାରିୟରଙ୍କ ଆଖିମାରା ଭିଡିଓ ସାରା ଦେଶର ଯୁବବର୍ଗଙ୍କୁ ପାଗଳ କରିଦେଇଥିଲା । ଏହାସହ ସେ ଯେ ଜଣେ ଭଲ କଳାକାର ଜଣାପଡିଛି । ସେ ଭଲ ଗୀତ ଗାଉଥିବା ବେଳେ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ସେ ‘କେସରିୟା’ ଗୀତ ଗାଇ ଇଣ୍ଟରନେଟରେ ସନସନି ଖେଳାଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ପ୍ରିୟା ପ୍ରକାଶ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ସେ ବ୍ଲୁ ଓ ୟେଲୋ ଡ୍ରେସରେ ଖୁବ୍ ସୁନ୍ଦର ଲାଗୁଥିଲେ । ଭିଡିଓରେ ସେ ବ୍ରାହ୍ମାସ୍ତ୍ରର ଗୀତ ‘କେସରିୟା’ ଗାଉଥିବା ଦେଖାଯାଇଥିଲା । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଗୀତକୁ ପ୍ରିୟା ଏମିତି ଢଙ୍ଗରେ ଗାଇଛନ୍ତି ଏହା ଶ୍ରୋତା ଦଥା ଦର୍ଶକଙ୍କ ମନକୁ ଛୁଇଁ ଯାଇଛି । ଭିଡିଓଟି ଶେୟାର କରି ପ୍ରିୟା ଲେଖିଛନ୍ତି’ ଇସ୍କ ହେ ପିୟା’ ଏହାସହ ସେ ଏହି ଭିଡିଓଟିକୁ ବ୍ରହ୍ମାସ୍ତ୍ରର ପୂରା ଟିମକୁ ଟ୍ୟାଗ କରିଛନ୍ତି । ପ୍ରିୟା ପ୍ରକାଶଙ୍କ ଏହି ଭିଡିଓକୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି । ଏହାସହ ତାଙ୍କ କଣ୍ଠର ଯାଦୁଗରିକୁ ପ୍ରଶଂସା ବି କରୁଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.