banner
Breaking

ଆଗାମୀ ସିଜିନରେ ବାଜି ମାରିବେ ଲିପିକା।

0

ଭୁବନେଶ୍ବର ୨୧/୧୦: ଆଗାମୀ ସିଜିନରେ ବାଜି ମାରିଵେ ଲିପିକା। ଓଲିଉଡରେ ଅଭିନୟ ପାଇଁ ଲିପିକା ସେନାପତି (ସୁଇଟି) ‘ମୁଁ ବି ହିରୋଇନ୍‌ ହେବି’ ରିଅଲିଟି ସୋ’ରେ ଭାଗ ନେଇଥିଲେ । ଏଥିରେ ସେ ସଫଳ ହୋଇ ନଥିଲେ । ଏହା ପୂର୍ବରୁ ସେ ଅନେକ ଗୁଡ଼ିଏ ମ୍ୟୁଜିକ୍‌ ଆଲ୍‌ବମ୍‌ରେ ଅଭିନୟ କରିଥିଲେ । ସେହିପରି ‘ଆଉ କିଛି ଦିନ ବଞ୍ଚିଯିବି’ ମ୍ୟୁଜିକ୍‌ ଭିଡିଓ ପାଇଁ ତାଙ୍କୁ ‘ବେଷ୍ଟ ଆକ୍ଟ୍ରେସ୍‌ ଆୱାର୍ଡ’ ମିଳିଥିଲା । ଏହି ସମୟରେ ତାଙ୍କୁ ପ୍ରଥମେ ‘ଇସ୍କ୍‌ ପୁଣି ଥରେ’ ଚଳଚ୍ଚିତ୍ରରେ ରୁବି ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ସେଥିରୁ ଆରମ୍ଭ ହୁଏ ତାଙ୍କ ଓଲିଉଡ ଯାତ୍ରା । ପରେ ‘ଟୁଇଷ୍ଟ୍‌ବାଲା ଲଭ୍‌ଷ୍ଟୋରୀ’, ‘ମୂଷା ମୋର ରଜନୀକାନ୍ତ’ ଚଳଚ୍ଚିତ୍ରରେ ଲିଡ୍‌ ରୋଲରେ ଅଭିନୟ କରିଥିଲେ । ଯାହା ତାଙ୍କୁ ଓଲିଉଡରେ ଏକ ଚୁଲବୁଲି ନାୟିକା ଭାବେ ପ୍ରତିଷ୍ଠିତ କରିପାରିଛି ।
ସେହିପରି ଆଗକୁ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ପ୍ରେମ ଏଟିଏମ୍‌’ରେ ମଧ୍ୟ ହିରୋଇନ୍‌ ଭାବେ ଲିପିକା ଅଭିନୟ କରିଛନ୍ତି । ଏଥିସହ ନିକଟରେ ଆଉ ୨ଟି ଓଡ଼ିଆ ଫିଲ୍ମରେ ଅଭିନୟ କରିବାର ଅଫର୍‌ ମିଳିଛି । ଆଗକୁ ଜଣେ ଭଲ ଅଭିନେତ୍ରୀ ହେବା ସହ ମ୍ୟାନେଜ୍‌ମେଣ୍ଟ୍‌ କ୍ଷେତ୍ରରେ ଚାକିରି କରିବା ଲିପିକାଙ୍କ ସ୍ୱପ୍ନ ।

Khansweb Solution Bhubaneswar

Leave A Reply

Your email address will not be published.