banner
Breaking

ହଲିଉଡରେ ଏଣ୍ଟ୍ରି ମାରିବେ ଆଲିଆ

0

ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆଲିଆ ‘ଗାଙ୍ଗବାଇ କାଠିଆଓ୍ବାଡି’ରେ ଦମ୍‌ଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ନିକଟରେ ଆଲିଆ ଫିଲ୍ମ‘ଗଙ୍ଗୁବାଇ କାଠିଆୱାଡି’ ରିଲିଜ ହୋଇଥିଲା, ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ତେବେ ଏବେ ଆଲିଆ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ୱାଣ୍ଡର ୱମ୍ୟାନ ଗାଲ ଗାଡୋଟଙ୍କ ସହିତ କାମ କରିବାକୁ ଯାଉଛନ୍ତି ।
ଏହା ଏକ ସ୍ପାଇ ଥ୍ରୀଲର ଫିଲ୍ମ । ଏହି ସିନେମାର ନାମ ହେଉଛି ହାର୍ଟ ଅଫ ଷ୍ଟୋନ। ଯାହା ଟମ ହାର୍ପରଙ୍କ ଦ୍ବାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ ଆଲିଆ ଭଟ୍ଟଙ୍କ ହଲିଉଡ ଡେବ୍ୟୁ ବିଷୟରେ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.