banner
Breaking

ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରଜ୍ଞାନ

0

ଭୁବନେଶ୍ୱର,୨୬।୧(ବ୍ୟୁରୋ): ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟ ଅଭିନେତା ପ୍ରଜ୍ଞା ରଂଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି। କେନ୍ଦ୍ରାପଡ଼ା ଜିଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି।

ପ୍ରଜ୍ଞା ବରଯାତ୍ରୀଙ୍କୁ ଧରି ବାଘବୁଦା ପଡ଼ିଆରେ ଥିବା ରାଜକନିକା ଆଥ୍ଲେଟିକ ଆସୋସିଏଶନ ଆଡ଼କୁ ମୁହାଁଇଥିଲେ । ଆଥ୍ଲେଟିକ ଆସୋସିଏଶନ ସମ୍ମୁଖରେ ପୂର୍ବରୁ ସବୁ ପ୍ରସ୍ତୁତି ସରିଥିଲା । ଅଧିକ ଭିଡ଼ ହେବା ଆଗରୁ ଟେଣ୍ଟ ଭିତରପଟୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇ ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ସଂପନ୍ନ କରାଯାଇଥିଲା । ଅଭିନେତାଙ୍କ ବିବାହ ଖବର ପ୍ରଚାର ପରେ ଲୋକଙ୍କ ଭିଡ଼ ବଢ଼ିଥିଲା, ଯାହାକୁ ଦେଖି କୋଭିଡ୍‌ କଟକଣା ମାନି ସହଯୋଗ କରିବାକୁ ପ୍ରଜ୍ଞାଙ୍କ ବଡ଼ଭାଇ ପ୍ରଣିପାତ ଖଟୁଆ ସମସ୍ତଙ୍କୁ ନିବେଦନ କରିଥିଲେ । କିଛି ଦିନ ତଳେ ପ୍ରଜ୍ଞା ଓ ସୁନନ୍ଦାଙ୍କ ବିବାହ ସ୍ଥିର ହୋଇଥିଲା । ହଠାତ୍‌ ଆଜି ରାଜକନିକାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.