banner
Breaking

୨୫ ରେ ରିଲିଜ ହେବ ଲାଇଗର

0

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ଲାଇଗର’ ଆସନ୍ତା ଅଗଷ୍ଟ ୨୫ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ସାଉଥ୍‌ ଅଭିନେତା ବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କୁ ଦର୍ଶକ ସାଙ୍ଗରେ ଦେଖିବାକୁ ପାଇବେ। ଏହି ଫିଲ୍ମକୁ ଦେଖିବାକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମଟି ହିନ୍ଦୀ, ତେଲୁଗୁ, ମାଲାୟାଲମ, ତାମିଲ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ଫାଷ୍ଟ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଥିଲା। ବିଜୟ ଏବଂ ଅନନ୍ୟାଙ୍କ ବ୍ୟତିତ ରମ୍ୟା କୃଷ୍ଣ, ରୋନିତ୍‌ ରୟ, ଅଲି ବାଶା, ଗେଟଅପ ଶ୍ରୀନୁ, ମାକାରନ୍ଦ ଦେଶପାଣ୍ଡେ, ଅବଦୁଲ କ୍ୱାଦିର ଅମିନ ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମଟି ସେପ୍ଟେମ୍ବର ୯, ୨୦୨୧ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାର ଥିଲା। କିନ୍ତୁ କୋଭିଡ୍‌ର ତୃତୀୟ ଲହରର ସ୍ଥିତିକୁ ଦୃଷ୍ଟିରେ ରଖି ଏହାର ରିଲିଜ୍‌ ତାରିଖକୁ ସ୍ଥଗିତ ରଖାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.