banner
Breaking

୩୧ତମ ଜନ୍ମଦିନ ପାଳନ କରିବେ ତମନ୍ନା

0

ମୁମ୍ବାଇ: ୟଙ୍ଗଷ୍ଟରଙ୍କ ପ୍ରଥମ ପସନ୍ଦ ନାୟିକା ତମନ୍ନା ଭାଟିଆ ଚଳିତ ବର୍ଷ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୧ ଡିସେମ୍ବର ୧୯୮୯ରେ ଜନ୍ମନେଇଥିବା ତମନ୍ନା ମାତ୍ର ୧୫ ବର୍ଷ ବୟସରେ ଅଭିନୟ ଦୁନିଆରେ ପାଦ ରଖିଥିଲେ । ପ୍ରଥମେ ସେ ଫିଲ୍ମ ‘ଚାନ୍ଦ ସା ରୋଶନ ଚେହେରା’ରେ ଅଭିନୟ କରିଥିବା ବେଳେ ଏହା କିନ୍ତୁ ଫ୍ଲପ ହୋଇଥିଲା । କିନ୍ତୁ ଏତିକିରେ ହାରି ନ ଥିଲେ ଏହି ଅଭିନେତ୍ରୀ । ଏହାପରେ ସେ କିଛି ଭିଡିଓ ଆଲବମରେ କାମ କରିଥିଲେ ପରେ ସେ ତେଲଗୁ ଓ ତାମିଲ ଫିଲ୍ମ ଆଡେ ମୁହାଁଇଲେ । ଆଉ କିଛିଦିନ ମଧ୍ୟରେ ସେଠାରେ ସେ ପାଲଟି ଯାଇଥିଲେ ଆଗ ଧାଡିର ନାୟିକା । ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ତିଆରି ହେଲା ଏକ ସ୍ପତନ୍ତ୍ର ପରିଚୟ । ଏହାପରେ ସେ ପୁଣି ଫେରିଲେ ବଲିଉଡ୍ । ୨୦୦୫ରେ ସେ ଫିଲ୍ମ ‘ସ୍ତ୍ରୀ’ରେ ଅଭିନୟ କଲେ । ଏହାପରେ ୨୦୧୩ରେ ଅଜୟ ଦେବଗନଙ୍କ ନାୟିକା ସାଜି ‘ହିମ୍‌ତୱାଲା’ରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଗଲେ । ଆଉ ୨୦୧୪ରେ ତାଙ୍କର ଆଉ ଏକ ସଫଳ ମୁଭି ହେଲା ‘ହମସକଲ’ । ଏଥିରେ ଅକ୍ଷୟ କୁମାରଙ୍କ ନାୟିକା ସାଜିଥିଲେ ତମନ୍ନା । ଏହାପରେ ତାଙ୍କ କ୍ୟାରିୟରର ବଡ ସଫଳତା ହେଲା ମୁଭି ‘ବାହୁବଳୀ’ । ଦର୍ଶକେ ବାହୁବଳୀରେ ତମନ୍ନାଙ୍କ ଅଭିନୟର ଖୁବ୍ ପ୍ରଶଂସା କଲେ । ୟାରି ଭିତରେ ନାୟିକା ତମନ୍ନା ନିଜ ପାଇଁ ସୃଷ୍ଟି କଲେ ଏକ ନିଆରା ପରିଚୟ ।

Khansweb Solution Bhubaneswar

Leave A Reply

Your email address will not be published.