ଆକ୍ସନ ଥ୍ରୀଲର ଦୋ ଭିଲେନରେ ଦେଖିବାକୁ ମିଳିବେ ତାରା।

ମୁମ୍ବାଇ ୦୯/୧୦: ମୋହିତ ସୁରୀଙ୍କ ଅପ୍‌କମିଙ୍ଗ ଆକ୍ସନ୍‌ ଥ୍ରିଲର ‘ଦୋ ଭିଲେନ୍‌’ରେ ଅଭିନେତ୍ରୀ ତାରା ସୁତାରିଆଙ୍କୁ ଦେଖିବାକୁ ମିଳିବ ବୋଲି ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ସଦ୍ୟତମ ଖବର ଅନୁସାରେ ତାରା ସେଥିରେ ଗୀତ ବି ଗାଇବାକୁ ଯାଉଛନ୍ତି ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଡେବ୍ୟୁ ପରଠାରୁ ଏମିତି ଏକ ଫିଲ୍ମକୁ ଅପେକ୍ଷା କରିଥିଲି ଯେଉଁଥିରେ ମୁଁ ମୋ’ ନିଜ ଗୀତକୁ ଗାଇପାରିବି। ସେଥିଲାଗି ଏହି ପ୍ରୋଜେକ୍ଟକୁ ନେଇ ଉତ୍ସାହିତ ଅଛି। ସେହିପରି ମୋହିତ ସାର୍‌ଙ୍କର ସବୁ ଫିଲ୍ମରେ ବହୁତ ଭଲ ଗୀତ ଥାଏ। ତେଣୁ ଜଣେ ଗାୟିକା ଭାବେ ଏଥିରେ ମୁଁ ମୋର ପ୍ରତିଭା ପ୍ରଦର୍ଶନ କରିପାରିବି ବୋଲି ଆଶା କରୁଛି ।’ ଅନେକ ହୁଏତ ଜାଣିନଥିବେ ତାରା ଜଣେ ପ୍ରଫେସନାଲ ଗାୟିକା। ସେ ଛଅ ବର୍ଷ ବୟସରୁ ବିଭିନ୍ନ ପ୍ରତିଯୋଗିତାରେ ଗୀତ ଗାଇ ଆସୁଛନ୍ତି । ଦେଶବିଦେଶର ବିଭିନ୍ନ ସ୍ଥାନରେ କନ୍‌ସର୍ଟରେ ବି ଗାଇଛନ୍ତି । ‘ଦୋ ଭିଲେନ୍‌’ରେ ତାଙ୍କ ସହ ଦିଶା ପଟାନି, ଜନ୍‌ ଆବ୍ରାହମ୍‌, ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଜାନୁଆରୀ ମାସରେ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ ।