banner
Breaking

ଓଡ଼ିଆ ଫିଲ୍ମ ତୋ ପ୍ରେମରେକୁ ନେଇ ଚର୍ଚ୍ଚା

0

ଓଡ଼ିଆ ମ୍ୟୁଜିକ ଆଲବମ୍‌ ‘ତୋ ପ୍ରେମରେ’କୁ ନେଇ ଚର୍ଚ୍ଚା। ଜିତ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ଏହି ବ୍ୟୟବହୁଳ ମ୍ୟୁଜିକ୍‌ ଭିଡିଓ ନଭେମ୍ବର ଶେଷ ସପ୍ତାହରେ ୟୁଟ୍ୟୁବ୍‌ ମାଧ୍ୟମରେ ରିଲିଜ୍‌ ହୋଇ ସାଉଁଟିଛି ଅନେକ ପ୍ରଶଂସା। ଏହାର ଭିଜୁଆଲରେ ଅଭିନୟ କରିଛନ୍ତି ଆକ୍ଟର-କମ୍‌-ଆଙ୍କରର୍‌ ସୁଜିତ ପାଇକରାୟ ଏବଂ ନିକଟରେ ରିଲିଜ ହୋଇଥିବା ଓଡ଼ିଆ ସିନେମା ‘କଟକ ଓ୍ବେଡ୍‌ସ ସମ୍ବଲପୁର’ ନାୟିକା ସୁସ୍ମିତା ପ୍ରଧାନ। ନବାଗତ ପ୍ରଭାତ ମାର୍ଥା ଏହି ମ୍ୟୁଜିକ୍‌ ଭିଡିଓର ପ୍ରଯୋଜନା କରିଛନ୍ତି। ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ସୋମେଶ ଶତପଥୀ। ଏହାର୍ପୂର୍ବରୁ ସେ ‘ଗୁପଚୁପ’୍‌ ଓ ‘ତାଣ୍ଡବ’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇସାରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ । ଏଥିରେ ସଂଯୋଜିତ ଗୀତଗୁଡ଼ିକ ପାଇଁ କଣ୍ଠଦାନ କରିଛନ୍ତି ସ୍ବୟଂ ପ୍ରକାଶ ପାଢ଼ୀ ଓ ଅନ୍ତରା ଚକ୍ରବର୍ତ୍ତୀ । କ୍ୟାମେରା ପରିଚାଳନା ଅକ୍ଷୟ କୁମାର ନାୟକ କରିଥିବା ବେଳେ ସମ୍ପାଦନା ଭାର ତୁଲାଇଛନ୍ତି ମାନସ ସାହୁ । ରାକେଶ ଦାସ ଗୀତ ରଚନା କରିଥିବା ବେଳେ କ୍ରିଏଟିଭ୍‌ ହେଡ୍‌ ଅଛନ୍ତି ପ୍ରଣୟ ଜେଠୀ। ଏହି ମ୍ୟୁଜିକ ଆଲବମ୍‌ର ଶୁଟିଂ ସୁଦୂର ଲେହ ଏବଂ ଲଦାଖରେ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.