banner
Breaking

ପୃଥ୍ବୀରାଜ ର ଟିଜର ରିଲିଜ

0

ମୁମ୍ବାଇ: ବଲିଉଡ୍ ନାୟକ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ମୁଭି ‘ପୃଥ୍ୱିରାଜ’ର ଟିଜର ରିଲିଜ୍ ହୋଇଛି । ଏହି ମୁଭିକୁ ନେଇ ବହୁ ଦିନ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ପ୍ରଥମ ଝଲକକୁ ଦର୍ଶକେ ଅପେକ୍ଷା କରି ରହିଥିଲେ । ଏବେ ୧ ମିନିଟ ୨୨ ସେକେଣ୍ଡର ଏହି ଟିଜର ଦର୍ଶକଙ୍କ ମନକୁ ପାଇଥିବା କୁହାଯାଉଛି । ଏଥିରେ ଅକ୍ଷୟ କୁମାର ପୃଥ୍ୱିରାଜ ଭୂମିକାରେ ଥିବା ବେଳେ ତାଙ୍କ ଲୁକ୍ସ ସମସ୍ତଙ୍କୁ ସରପ୍ରାଇଜ୍ ଦେବ ବୋଲି କୁହାଯାଉଛି । ଏହି ଟିଜରକୁ ୟଶରାଜ ଫିଲ୍ମସର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ କରାଯାଇଛି । ଏହାର ଆରମ୍ଭ ପୃଥ୍ୱିରାଜଙ୍କ ଚରିତ୍ର ଓ ମହାନତାକୁ ଦର୍ଶାଉଥିବା ଭଏସଓଭରରୁ ଆରମ୍ଭ କରାଯାଇଛି । ଏହାପରେ ଏକ ସୁନ୍ଦର ୱାର ସିନ୍ ନଜର ଆସୁଛି । ଏଥିରେ ସଞ୍ଜୟ ଦତ୍ତ ଅକ୍ଷୟ କୁମାରଙ୍କ ଭଳି ଆକ୍ସନ କରୁଥିବା ନଜର ଆସିଛି । ସୋନୁ ସୁଦ ଏଥିରେ ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ମାନୁସି ଚିଲ୍ଲରଙ୍କ ଏହା ଡେବ୍ୟୁ ମୁଭି ହୋଇଥିବା ବେଳେ ଏହା ୨୦୨୨ ଜାନୁୟାରୀରେ ପରଦାକୁ ଆସିବ । ୨୦୨୨ର ଆୱେଟେଡ ଡେବ୍ୟୁ ମୁଭି ମଧ୍ୟରୁ ପୃଥ୍ୱିରାଜ ଗୋଟିଏ ବୋଲି କୁହାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.