banner
Breaking

କଙ୍ଗନାଙ୍କୁ ପଦ୍ମଶ୍ରୀ ସମ୍ମାନ

0

ନୂଆଦିଲ୍ଲୀ,୮ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଦେଶର ଚତୁର୍ଥ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ସେ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଠାରୁ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ଚଳିତ ଥର ୧୧୯ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିରୁ ୭ ପଦ୍ମ ବିଭୁଷଣ, ୧୦ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନୀତ କରାଯାଇଛି । ଏଥର ୨୯ ମହିଳା ପଦ୍ମ ପୁରସ୍କାର ପାଇଁ ମନୋନୀତ ହେଇଥିବା ବେଳେ ୧୬ ଜଣଙ୍କୁ ମରୋଣତ୍ତର ଭାବେ ଏହା ଦିଆଯାଇଛି ଓ ଜଣେ ତୃତୀୟ ଲିଙ୍ଗ ଏଥର ପଦ୍ମ ସମ୍ମାରେ ସମ୍ମାନୀତ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.