banner
Breaking

ବିବାହ ବନ୍ଧନରେ ବାନ୍ଧି ହେବ କାଟିନା

0

ମୁମ୍ବାଇ: ଏବେ ବଲିଉଡର ଅନେକ ସେଲିବ୍ରିଟିଙ୍କ ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରୁଛି। ଏଥିରେ ସବୁଠାରୁ ଆଗରେ ଅଛନ୍ତି ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକ୍କି କୌଶଲ। ଉଭୟ ଡିସେମ୍ବରରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ଦୁହେଁ ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ହାତରୁ ଦି’ ହାତ । ଆଉ ଏଥିପାଇଁ ଦୁହେଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

କ୍ୟାଟ୍‌ ଏବଂ ଭିକ୍କି ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଦୁର୍ଗରେ ବିବାହ କରିବାକୁ ଯାଉଛନ୍ତି। ଯାହାକି ବେଶ ବିଳାସପୂର୍ଣ୍ଣ ଏବଂ ବହୁତ ବଡ ଅଟେ । କେବଳ ଏତିକି ନୁହେଁ, ଏକଥା ମଧ୍ୟ କୁହାଯାଉଛି ଯେ, ବିବାହର ସମସ୍ତ କାର୍ଯ୍ୟ ସେଠାରେ ହେବ। କାଟ୍ରିନା ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିବେ। କାଟ୍ରିନା ତାଙ୍କ ବିବାହକୁ ଅତି ରାଜକୀୟ ଢଙ୍ଗରେ କରିବାକୁ  ଚାହୁଁଛନ୍ତି। ସେ ରାଜସ୍ଥାନର ସଂସ୍କୃତିକୁ ବହୁତ ଭଲ ପାଆନ୍ତି। ନିକଟରେ କାଟ୍ରିନାଙ୍କ ଭଉଣୀ ଏବଂ ମା’ ମଧ୍ୟ ରାଜସ୍ଥାନରେ ଶପିଂ କରୁଥିବା ଦେଖିବାକୁ ମିଳିଥିଲା।

Khansweb Solution Bhubaneswar

Leave A Reply

Your email address will not be published.