banner
Breaking

ଟିକା ପାଇଁ ଟ୍ରୋଲ ହେଲେ ପରିଣତି ଚୋପ୍ରା

0

ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଆଜିକାଲି ବିଦେଶରେ ରହୁଛନ୍ତି । ସେ ଗତ ମାର୍ଚ୍ଚ ମାସରୁ ଲଣ୍ଡନରେ ରହୁଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଏବେ ସାରା ବିଶ୍ୱରେ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଏଥିରୁ ରକ୍ଷା ପାଇବାକୁ ସବୁଠି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ପରିଣିତି ଲଣ୍ଡନରେ ରହି ଟିକା ନେଇଥିବାର କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ସେଠାରେ ସେ ବିଦେଶୀ ଭ୍ୟାକ୍ସିନ (ଫାଇଜର) ନେଇଥିବା କୁହାଯାଉଛି । ତେବେ ପରିଣିତି ଲଣ୍ଡନରେ ରହି ବିଦେଶୀ ଭ୍ୟାକ୍ସିନ ନେଇଥିବାରୁ ଟ୍ରୋଲ ହୋଇଛନ୍ତି । କେହି କେହି କହିଛନ୍ତି କ’ଣ ଭାରତରେ ଭ୍ୟାକ୍ସିନ ମିଳିଲା ନାହିଁ । ଆଉ କେହି କହିଛନ୍ତି ତାଙ୍କୁ ଦେଶୀ ଭ୍ୟାକ୍ସିନ ଉପରେ ଭରସା ନାହିଁ । ଆଉ କେହି କହିଛି ଭ୍ୟାକ୍ସିନ ଫରେନରେ ଆଉ ଆକ୍ଟିଂ ଇଣ୍ଡିଆରେ । ବାଃ ରେ ବାଃ ବାଃ । ସୂଚନାଯୋଗ୍ୟ, ପରିଣିତି ତାଙ୍କ ଭ୍ୟାକ୍ସିନ ବେଳର ଫଟୋ ଶେୟାର କରିଥିବା ବେଳେ ଫଟୋ କ୍ରେଡିଟ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଇଛନ୍ତି । ସାଇନା ନେହୱାଲଙ୍କ ବାୟୋପିକର ଲିଡ୍ ରୋଲରେ କିଛିଦିନ ପରେ ପରିଣିତିଙ୍କୁ ଦେଖିବାକୁ ମିଳିବ

Khansweb Solution Bhubaneswar

Leave A Reply

Your email address will not be published.