banner
Breaking

ଭୁଲ ମାଗିଲେ ପ୍ରଣିଥା।

0

ନୂଆଦିଲ୍ଲୀ, ୩୧।୫: କନ୍ନଡ଼, ତାମିଲ ଓ ତେଲୁଗୁ ଫିଲ୍ମର ଜଣାଶୁଣା ଚେହେରା ପ୍ରଣିଥା ସୁଭାଷ। ଏହି ୨୮ ବର୍ଷୀୟା ସୁନ୍ଦରୀ ରବିବାର ବେଙ୍ଗାଲୁରୁଠାରେ ବ୍ୟବସାୟୀ ନୀତିନ ରାଜୁଙ୍କ ହାତ ଧରିଛନ୍ତି। ଏହି ବିବାହ ଉତ୍ସବକୁ କୋଭିଡ୍‌-୧୯ କାରଣରୁ ପୂରା ପ୍ରାଇଭେଟ ରଖାଯାଇଥିଲା। ଏଥିନେଇ ସୋମବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଫିଲ୍ମ ଜଗତ ସହ ଜଡ଼ିତ ବନ୍ଧୁ ଓ ଫ୍ୟାନ୍ସଙ୍କୁ ଭୁଲ ମାଗିଛନ୍ତି।

ବିବାହ ପାଇଁ ଧାର୍ଯ୍ୟ ତାରିଖ ସମ୍ପର୍କରେ ନ ଜଣାଇଥିବାରୁ ଆମେ ଅତ୍ୟନ୍ତ ଦୁଃଖିତ। କୋଭିଡ୍‌ କଟକଣା ଯୋଗୁ ବିବାହ ପୂର୍ବଦିନ ପର୍ଯ୍ୟନ୍ତ ଆମେ ଅନିଶ୍ଚତତାରେ ଥିଲୁ ବୋଲି ‘ହଙ୍ଗମା ୨’ ଜରିଆରେ ବଲିଉଡରେ ପାଦ ଦେବାକୁ ଯାଉଥିବା ଅଭିନେତ୍ରୀ ପ୍ରଣିଥା ଲେଖିଛନ୍ତି। ତାଙ୍କୁ ଅଜୟ ଦେବଗନଙ୍କ ଭୁଜ: ଦି ପ୍ରାଇଡ୍‌ ଅଫ୍‌ ଇଣ୍ଡିଆରେ ମଧ୍ୟ ଦେଖିବାକୁ ମିଳିବ।

Khansweb Solution Bhubaneswar

Leave A Reply

Your email address will not be published.