ମୁମ୍ବାଇ ୨୬।୫: ଦୀପିକା ପାଦୁକୋନଙ୍କୁ ପୁଣି ଥରେ ବଲିଉଡ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ। ଦୀପିକା ପାଦୁକୋନ ଭନସାଲୀଙ୍କ ‘ବାଇଜୁ ବାୱରା’ରେ ଡକାୟତମାନଙ୍କ ରାଣୀ ରୂପମତି ଭୂମିକାରେ ନଜର ଆସିପାରନ୍ତି ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ କି ଦୀପିକା ଫିଲ୍ମ ବିଷୟରେ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି।
ଭନସାଲୀ ଅଭିନେତ୍ରୀଙ୍କ ସହ ‘ବାଇଜୁ ବାୱରା’ ପାଇଁ କଥା ହୋଇଛନ୍ତି । ସେ ତାଙ୍କ ପରବର୍ତ୍ତୀ ଫିଲ୍ମରେ ଦୀପିକାଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି । ସେ ଏହି ଫିଲ୍ମରେ ଦୀପିକାଙ୍କୁ ୧୯୫୨ ର ଡକାୟତମାନଙ୍କ ରାଣୀ ରୂପମତି ଭୂମିକାରେ ଅଭିନୟ କରିବାକୁ ଅଫର୍ ଦେଇଛନ୍ତି । ‘ବାଇଜୁ ବାୱରା’ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ବିଶେଷ ଚରିତ୍ର ପାଇଁ ଦୀପିକା ପାଦୁକୋନ ଭନସାଲୀଙ୍କ ମନରେ ଥିଲେ। ସେ କେବଳ ତାଙ୍କୁ ଫିଲ୍ମରେ କାଷ୍ଟିଂ କରିବାକୁ ଚିନ୍ତା କରୁଥିଲେ। ଯଦି ସବୁ ଠିକ୍ ହୁଏ ତେବେ ଦୀପିକା ଚତୁର୍ଥ ଥର ପାଇଁ ଭନସାଲୀଙ୍କ ସହ କାମ କରୁବା ଦେଖିବାକୁ ମିଳିବ




