banner
Breaking

ରାଧେର ରିଲିଜ ଭବିଷ୍ୟତ କହିଲେ ସଲମନ।

0

ମୁମ୍ବାଇ,: ବଲିଉଡ ଷ୍ଟାର ସଲମାନ ଖାନ ସୋମବାର ସନ୍ଧ୍ୟାରେ ଜୁମ ଜରିଆରେ ଯୋଡ଼ି ହୋଇଥିଲେ କିଛି ସାମ୍ବାଦିକଙ୍କ ସହ। ତାଙ୍କ ଅପ୍‌କମିଂ ଫିଲ୍ମ ‘ ରାଧେ : ଇୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ’ ବକ୍ସି ଅଫିସରେ ଖାତା ଖୋଲିପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଫିଲକୁ ପ୍ରଡ୍ୟୁସ କରିଥିବା ସଲମାନ କହିଛନ୍ତି, ଜାଣିଶୁଣି କ୍ଷତି ସହିବାକୁ ପଡ଼ୁଛି। କାରଣ ମହାମାରୀ ସମୟରେ କୌଣସି ଥିଏଟର ଚାଲୁ ନାହିଁ। ଆଉ ମୁଁ ଫ୍ୟାନଙ୍କ ସହ ଇଦ୍‌ ପାଇଁ କମିଟମେଣ୍ଟ କରିଥିଲି। ଏଣୁ ଫିଲ୍ମକୁ ରିଲିଜ୍‌ କରୁଛି। ଫିଲ୍ମଟି ଜି ୫’ର ପେ ପର ଭ୍ୟୁ ଓ ଅଗ୍ରଣୀ ଡିଟିଏଚ୍‌ ଅପରେଟର୍ସଙ୍କ ନିକଟରେ ଉପଲବ୍ଧ ହେବ। ଜି ୫’ର ସହଯୋଗ ବିନା ମୁଁ ମୋ ଇଦ୍‌ କମିଟମେଣ୍ଟ ରଖି ପାରି ନ ଥାନ୍ତି। ମହାମାରୀରେ ଯୋଗୁ ଲୋକେ ଏବେ ଅର୍ଥ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଟିକେଟ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ଖୁବ୍‌ ଶସ୍ତାରେ ଘରେ ଫିଲ୍ମର ମଜା ନେଇପାରିବେ।

ଆଉ ବର୍ଷେ ହେଲା କ୍ଷତି ସହୁଥିବା ସିନେମା ମାଲିକଙ୍କୁ କ୍ଷମା ମାଗିଛନ୍ତି ସଲମାନ। ଥିଏଟର ମାଲିକମାନେ ଏହି ଫିଲ୍ମରୁ ଲାଭ କରିବାକୁ ଆଶା ରଖିଥିଲେ। ଯଥା ସମ୍ଭବ ଆମେ ଅପେକ୍ଷା କରିଥିଲୁ। ମହାମାରୀ ଶେଷ ହେବା ପରେ ଫିଲ୍ମକୁ ପୂରା ଦେଶରେ ରିଲିଜ କରିପାରିବୁ ବୋଲି ଆଶା ଥିଲା। କିନ୍ତୁ ସେଭଳି କିଛି ହେଉ ନାହିଁ ବୋଲି ବଲିଉଡ୍‌ ଷ୍ଟାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଧେ ଫିଲ୍ମର ପ୍ରସାରଣ ଅଧିକାର ଜି୫’ ୧୯୦ କୋଟି ଟଙ୍କାରେ କିଣି ନେଇଛି।

Khansweb Solution Bhubaneswar

Leave A Reply

Your email address will not be published.