banner
Breaking

କୃଷି ଆଇନ ପ୍ରତ୍ୟାହାର ବିଲ୍ ଉଭୟ ଗୃହରେ ପାରିତ

0

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକ ସଭା ଏବଂ ରାଜ୍ୟ ସଭା ଉଭୟ ଗୃହରେ ପାରିତ ହୋଇଛି। ବିନା ଚର୍ଚ୍ଚାରେ ପ୍ରତ୍ୟାହାର ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ମଧ୍ୟାହ୍ନରେ କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଲୋକ ସଭାରେ ଆଗତ ହେବାର କିଛି ମିନିଟ୍‌ ମଧ୍ୟରେ ପାରିତ ହୋଇଥିଲା। ଏହା ପରେ ଅପରାହ୍ନରେ ବିଲ୍‌କୁ ରାଜ୍ୟ ସଭାରେ ଆଗତ କରାଯାଇଥିଲା। ରାଜ୍ୟ ସଭାରେ ମଧ୍ୟ ଏହା ବିନା ଚର୍ଚ୍ଚାରେ ପାରିତ ହୋଇଛି। ଏହା ଉପରେ ଚର୍ଚ୍ଚା ପାଇଁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି। ଏବେ ଏହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ରଦ୍ଦ ହୋଇଯିବ।

Khansweb Solution Bhubaneswar

Leave A Reply

Your email address will not be published.