banner
Breaking

ଏକାଠି ହେଲେ ୩୦ କୃଷକ ସ°ଗଠନ

0

ନୂଆଦିଲ୍ଲୀ,୨୦ ।୧୧: କେନ୍ଦ୍ର ସରକାର ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ଶନିବାର ଦେଶର ପାୟ ୩୨ କୃଷକ ସଙ୍ଗଠନ ଏକ ଗରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏଥିରେ ଆଗକୁ ଥିବା ରଣନୀତି ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧନ ଦେବା ଅବସରରେ ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା କଥା ଘୋଷଣା କରିଥିଲେ । ପ୍ରାୟ ଦେଢ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କୁ ଘରକୁ ଫେରିଯିବାକୁ ମୋଦି ନିବେଦନ କରିବା ସହ ନିଜ କ୍ଷେତ ଓ ପରିବାରକୁ ପୁଣି ଫେରିଯିବାକୁ ଅନୁରୋଧ କରିଥିଲେ । ଏହାସହ ଆସନ୍ତା ମାସରେ ସଂସଦର ଶୀତକାଳୀନ ଅଧିବେଶନରେ ୩ କୃଷି ଆଇନକୁ ପ୍ରତ୍ୟାହାର କରିବାର ପ୍ରକ୍ରିୟା ପୁରଣ କରାଯିବ ବୋଲି ସେ କହିଥିଲେ । ମୋଦିଙ୍କ ଏହି ନିଷ୍ପତ୍ତିକୁ କିଛି କୃଷକ ସଙ୍ଗଠନ ସ୍ୱାଗତ କରିଥିବା ବେଳେ କୃଷକ ସଂଯୁକ୍ତ ମୋର୍ଚ୍ଚା ଆନ୍ଦୋଳନ ଶେଷ ନ କରିବା କଥା କହିଥିଲା । କୃଷକ ନେତା ରାକେଶ ଟିକାଏତ କହିଥିଲେ ତୁରନ୍ତ ଆନ୍ଦୋଳନ ଶେଷ ହେବ ନାହିଁ । ସଂସଦରେ ପ୍ରତ୍ୟାହର ପ୍ରକ୍ରିୟା ଆରମ୍ଭ ହେଲେ ଯାଇ ଆନ୍ଦୋଳନ ଶେଷ ହେବ ।

Khansweb Solution Bhubaneswar

Leave A Reply

Your email address will not be published.