banner
Breaking

ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ମାୟୋପିଆ ସଚେତନତା ପାଇଁ ‘ମାଇଁସାଇକ୍ଲୋଥନ୍‌’ ଅନୁଷ୍ଠିତ।

0

ଭୁବନେଶ୍ୱର,୧୯।୧(ଓଡ଼ିଆ ନ୍ୟୁଜ): ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌(ଏଲ୍‌ଭିପିଇଆଇ), ଭୁବନେଶ୍ୱର ପକ୍ଷରୁ ଶିଶୁ ଏବଂ କିଶୋରମାନଙ୍କଠାରେ ଦେଖାଦେଉଥିବା ‘ମାୟୋପିଆ’ ବା ନିକଟ ଦୃଷ୍ଟିଦୋଷ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ‘ମାଇଁସାଇକ୍ଲୋଥନ୍‌’-ବେଟର ହେଲ୍‌ଥ, ବେଟର ସାଇଟ୍ ନାଁ ରେ ଏକ ସାଇକେଲ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳ ୬ଟା ୩୦ରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମ ଜରିଆରେ ସଂଗୃହିତ ଅର୍ଥରୁ ମାୟୋପିଆ ସମସ୍ୟାରେ ପୀଡିତ ଶିଶୁ ଏବଂ କିଶୋର, ଯେଉଁମାନେ ଏହାର ଚିକିତ୍ସା କରିବାକୁ ସକ୍ଷମ ନୁହନ୍ତି, ସେମାନଙ୍କର ଚିକିତ୍ସା କରାଯିବା ସହିତ ମାଗଣାରେ ଚଷମା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।
ମାଇଁସାଇକ୍ଲୋଥନ୍‌ର ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର ସେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଥମେ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ମାଇଁସାଇକ୍ଲୋଥନ୍ ଅନ୍ୟ ଦୁଇଟି ପର୍ଯ୍ୟାୟକୁ ଅର୍ଜୁନ ପୁରସ୍କାର ବିଜେତା ମିନତୀ ମହାପାତ୍ର ଓ ଏମ୍‌ସିଏଲ୍‌ର ପ୍ରତିନିଧି ଅରବିନ୍ଦ ସାହୁ ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ସାଇକେଲ ଆରୋହୀଙ୍କ ସମେତ ୪୫୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଏହି ମେଗା କ୍ୟାମ୍ପେନ୍‌ରେ ଅଂଶଗ୍ରହଣ କରିଥିଲେ ।
ମାଇଁସାଇକ୍ଲୋଥନ୍‌ର ଶେଷ ହେବା ପରେ ଏକ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରାଯାଇଥିଲା । ପୋଲିସ୍ କମିସନର ଡ ସୁଧାଂଶୁ ଷଡଙ୍ଗୀ, ଏମ୍‌ସିଏଲ୍ ଡାଇରେକ୍ଟର ଫିନାନ୍ସ କେ. ଆର୍‌. ବାସୁଦେବନ୍‌, ଜେନେରାଲ ମ୍ୟାନେଜର ସିଏସ୍‌ଆର୍ ଏମ୍‌ସିଏଲ୍ ବି ସାଇରାମ୍ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌, ପଟିଆ କ୍ୟାମ୍ପସ୍ ନିର୍ଦ୍ଦେଶକ ସୂର୍ଯ୍ୟସ୍ନାତ ରଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଉପସ୍ଥିତ ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.