banner
Breaking

ଫେବୃଆରୀ ୧୫ରୁ ସବିଏସଇ ପରୀକ୍ଷା

0

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହେବ। ଏ ନେଇ ଗୁରୁବାର ସିବିଏସ୍‌ଇ ପକ୍ଷରୁ ଏକ ସର୍କୁଲାର ଜାରି ହେବା ସହିତ ପରୀକ୍ଷା ସୂଚୀ ପ୍ରକାଶ ପାଇଛି।

ଦଶମ ପରୀକ୍ଷା ଫେବୃୟାାରୀ ୧୫ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବ। ପରୀକ୍ଷା ପାଇଁ ଆଡ଼ମିଟ୍‌ କାର୍ଡ ଜାନୁୟାରୀ ମାସରେ ଉପଲବ୍ଧ ହେବ। ଉଭୟ ଶ୍ରେଣୀର ପରୀକ୍ଷା ସକାଳ ସାଢ଼େ ୧୦ଟାରେ ଆରମ୍ଭ ହେବ। ତେବେ କିଛି ପରୀକ୍ଷା ଅପରାହ୍ନ ସାଢ଼େ ୧୨ଟାରେ ସରିବାକୁ ଥିବା ବେଳେ ଆଉ କିଛି ବିଷୟ ପରୀକ୍ଷା ଅପରାହ୍ନ ସାଢ଼େ ୧ଟାରେ ଶେଷ ହେବ। ପରୀକ୍ଷା ପ୍ରଶ୍ନପତ୍ର ପଢ଼ିବା ପାଇଁ ଉଭୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ୧୫ ମିନିଟ୍‌ ସମୟ ଦିଆଯିବ। ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ରୁ ଆରମ୍ଭ ହୋଇ ଫେବୃୟାରୀ ୧୪ରେ ସରିବ। ସେହିପରି ୧୫ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ। ସବିଶେଷ ପରୀକ୍ଷାସୂଚୀ ବୋର୍ଡର ଓ୍ବେବସାଇଟ୍‌ cbse.nic.in ରେ ଉପଲବ୍ଧ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.