banner
Breaking

ମାଟ୍ରିକ ପରୀକ୍ଷା ସୂଚୀରେ ପରିବର୍ତ୍ତନ

0

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ସମୟରେ ପରିବର୍ତ୍ତନ କରାଯାଇଛି। ରେଗୁଲାର ପିଲାଙ୍କ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟରେ ହେବାକୁ ଥିବା ବେଳେ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସମୟରେ ପରିବର୍ତ୍ତନ କରାଯାଇଛି। ସେକେଣ୍ଡ ସିଟିଂରେ ହେବାକୁ ଥିବା ମଧ୍ୟମା ଏବଂ ଓପନ ସ୍କୁଲ ପରୀକ୍ଷାକୁ ଫାଷ୍ଟ ସିଟିଂକୁ ପରିବର୍ତ୍ତନ କରାଯାଇଛି। ଫଳରେ ମେ’ ୭ରେ ଶେଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ମେ’ ୧୦ରେ ଶେଷ ହେବ ।

ମଧ୍ୟମାର ଦୁଇଟି ଏବଂ ଓପନ ସ୍କୁଲର ୩ଟି ପରୀକ୍ଷା ସମୟ ବଦଳା ଯାଇଥିବା ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ଦ୍ବିତୀୟ ସିଟିଂରେ ହେବାକୁ ଥିବା ମଧ୍ୟମାର ଦୁଇଟି ପରୀକ୍ଷା ସାମାଜିକ ବିଜ୍ଞାନ ଓ ଇଂରାଜୀ ମେ’ ୯ ଓ ୧୦ରେ କରାଯିବ । ଓପନ ସ୍କୁଲର ୩ଟି ପରୀକ୍ଷାର ସମୟ ବଦଳାଯାଇଛି । ମେ’ ୮ରେ ହୋମସାଇନ୍ସ ପ୍ରାକ୍ଟିକାଲ ଓ ମେ’ ୯ରେ ହୋମସାଇନ୍ସ ଥିଓରି ପରୀକ୍ଷା ହେବ । ୧୦ ମେ’ରେ ପେଣ୍ଟିଂ ଥିଓରି ପରୀକ୍ଷା କରାଯିବ।

ବୋର୍ଡ ସୂଚନା ଅନୁଯାୟୀ, ୩୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୫,୭୧,୯୦୯ ହାଇସ୍କୁଲ ପିଲା ପରୀକ୍ଷା ଦେବେ। ମଧ୍ୟମା ଏବଂ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ୍‌ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନ ସୁରକ୍ଷିତ ରଖିବା ଓ ପରୀକ୍ଷା ଦିନ ପରୀକ୍ଷାକେନ୍ଦ୍ରକୁ ପଶ୍ନପତ୍ର ପଠାଇବା ନିମେନ୍ତ ମୋଟ୍‌ ୩୧୫ ନୋଡାଲ ସେଣ୍ଟର କରାଯାଇଛି। ଯାହା ଭିତରୁ ୨୧ଟି ନୋଡାଲ ସେଣ୍ଟର କରାଯାଇଛି। ୬୫ଟି ଫ୍ଲାଇଂ ସ୍କ୍ବାଡ ପରୀକ୍ଷା ଉପରେ ନଜର ରଖିବାକୁ ମୁତୟନ ହେବେ।

Khansweb Solution Bhubaneswar

Leave A Reply

Your email address will not be published.