banner
Breaking

ଭୁବନେଶ୍ୱରଠାରେ ଇଏସ୍‌ଏସ୍‌ପିଏଲ୍‌ର ନୂତନ ଗ୍ଲୋବାଲ ଡେଭଲପେନ୍ଟ ସେନ୍ଟର ‘ଉତ୍କର୍ଷ’ ଉଦ୍‌ଘାଟିତ

0

ଭୁବନେଶ୍ୱର: ଏନ୍ଟରପ୍ରାଇଜ୍ ସିଷ୍ଟମ ସଲ୍ୟୁସନସ୍ ପ୍ରାଇଭେଟ ଲିମିଟେଡ୍‌(ଇଏସ୍‌ଏସ୍‌ପିଏଲ୍‌)ର ନୂତନ ଗ୍ଲୋବାଲ ଡେଭଲପେନ୍ଟ ସେନର୍ଟ ‘ଉତ୍କର୍ଷ’କୁ ଓଡିଶା ସରକାରଙ୍କ ହୋମ୍‌, ଇଲେଟ୍ରୋନିକସ୍ ଏବଂ ଇନଫରମେସନ ଟେକ୍ନୋଲୋଜି, ସ୍ପୋର୍ଟସ୍ ରାଜ୍ୟ ଯୁବମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ତୁଷାରକାନ୍ତି ବେହେରା ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଓଡିଶା ସରକାରଙ୍କ ଇଲେକ୍ଟ୍ରୋନି ଆଣ୍ଡ ଇନଫରମେସନ ଟେକ୍ନୋଲୋଜି, ଆଇଆରଟିଏସ୍ ସେକ୍ରେଟାରୀ ମନୋଜ କୁମାର ମିଶ୍ର, ଏସ୍‌ଟିପିଆଇ ଭୁବନେଶ୍ୱରର ଡାଇରେକ୍ଟର ମାନସ ରଞ୍ଜନ ପଣ୍ଡା ଏବଂ ଇଏସ୍‌ଏସ୍‌ପିଏଲ୍ ପ୍ରେସିଡେନ୍ଟ ଏବଂ ସିଇଓ ସୁଧୀର ଜୟସ୍ୱାଲ ଉପସ୍ଥିତ ଥିଲେ । ଇଏସ୍‌ଏସ୍‌ପିଏଲ୍ ହେଉଛି ଏକ ବିଶ୍ୱସ୍ତରୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ସେବା ପ୍ରଦାନକାରୀ ଉଦ୍ୟୋଗ ଯାହାର ଭୁବନେଶ୍ୱରରେ ଉପସ୍ଥିତ ରହିବା ସହ ବିଗତ ୨୪ବର୍ଷରୁ ଅଧିକ ସମୟ ଧରି ଲଜିଷ୍ଟିକ୍ ଓ ସପ୍ଲାଇ ଚେନ୍ କ୍ଷେତ୍ରରେ ସେବା ପ୍ରଦାନ କରିଆସୁଛି । ଏହି ନୂତନ ସେନ୍ଟର ବିଷୟରେ ଇଏସ୍‌ଏସ୍‌ପିଏଲ୍‌ର ପ୍ରେସିଡେନ୍ଟ ଏବଂ ସିଇଓ ସୁଧୀର ଜୟସ୍ୱାଲ କହିଛନ୍ତି, ଉତ୍କର୍ଷ ହେଉଛି ଇଏସ୍‌ଏସ୍‌ପିଏଲ୍‌ର ଏକ ନୂତନ ତଥା ଆଧୁନିକ ଗ୍ଲୋବାଲ ଡେଭଲପେନ୍ଟ ସେନର୍ଟ ଯେଉଁଠାରେ ୩୦୦ରୁ ଉଦ୍ଧ୍ୱ ର୍ ଡେଭଲପର ବସି କାର୍ଯ୍ୟ କରିପାରିବେ । ବିଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱର, ଓଡିଶା ଏକ ଆଇଟି ହବ୍ ଭାବରେ ଉଭା ହୋଇଛି ଏବଂ ଏଠାରେ ଥିବା ବିଶ୍ୱସ୍ତରୀୟ ଶକ୍ଷି ।ନୁଷ୍ଠାନରୁ ପ୍ରତ୍ୟେକ ବର୍ଷ ଅନେକ ପ୍ରତିଭା ମଧ୍ୟ ସୃଷ୍ଟି ହୁଅନ୍ତି । ଉତ୍କର୍ଷ ଭଳି ଗ୍ଲୋବାଲ ଡେଭଲପେନ୍ଟ ସେନ୍ଟର ପ୍ରତିଷ୍ଠା କରିବାରେ ଆମର ମୂଳ ଲକ୍ଷ୍ୟ ହେଉଛି ଓଡିଶାର ଅଧିକ ପ୍ରତିଭାକୁ ଆକର୍ଷିତ କରିବା ଏବଂ ଆସନ୍ତା ଭବିଷ୍ୟତ ପାଇଁ ଉନ୍ନତ ପ୍ରତିଭା ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା । ଆମେ ଏହି ଦିଗରେ ଗୁରୁତ୍ୱର ସହ କାମ କରୁଛୁ । ଏକ ଏଲ୍‌ଇଇଡ଼ି(ଲିଡରସିପ୍ ଇନ୍ ଏନର୍ଜି ଆଣ୍ଡ୍ ଏନ୍‌ଭରମେନ୍ଟାଲ ଡିଜାଇନ୍‌) ପଞ୍ଜିକୃତ ଗ୍ରୀନ୍ ବିଲ୍ଡିଂ ପ୍ରକଳ୍ପ ଭାବେ ଏବଂ ଗ୍ରୀନ୍ ବିଲ୍ଡିଂ କାଉନସିଲ ଅଫ ଇଣ୍ଡିଆ(ଜିବିସିଆଇ)ର ସର୍ବୋଚ୍ଚ ଲିଡ୍ ପ୍ଲାଟିନମ୍ ରେଟିଂ ପାଇବା ଲକ୍ଷ୍ୟ ଦେଇ ଏହି ନୂତନ ସେନ୍ଟରରେ ସୋଲାର ଆକି ର୍ଚେକ୍ଟର, ଜଳ ସଂରକ୍ଷଣ, ଅକ୍ଷୟ ଶକ୍ତିର ବ୍ୟବହାର, ସ୍ୱଳ୍ପ ସନ୍ନିବେଶିତ ନିର୍ମାଣ ସାମଗ୍ରୀର ବ୍ୟବହାର କର୍ମଚାରୀଙ୍କ ଉତମ ସ୍ୱାସ୍ଥ୍ୟ ନିମନ୍ତେ ଉନ୍ନତ ଏରଗୋନୋମିକ୍ ଗୁଣର ବ୍ୟବହାର ଉପରେ ଗୁରୁତ୍ୱ
ଦିଆଯାଇଛି । ନିମ୍ନ ଅଙ୍ଗାରକାମ୍ଳ ନିର୍ଗମନ ଯୁକ୍ତ ଏହି ଗ୍ରୀନ ଡେଭଲପେନ୍ଟ ସେନ୍ଟର ବିଶ୍ୱ ଜଳବାୟୁ ପରିବର୍ତନ ହ୍ରାସ ଦିଗରେ ଇଏସ୍‌ଏସ୍‌ପିଏଲ୍‌ର ଏକ ଛୋଟ ଅବଦାନ ଏବଂ ସଂସ୍ଥା ପକ୍ଷରୁ କରାଯାଇଥିବା ବିସ୍ଥାର ଯୋଜନାକୁ ସହଯୋଗ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।
ଏହି ଉତ୍ସବରେ ବାଲେଶ୍ୱରସ୍ଥିତ ଆନନ୍ଦ ମାର୍ଗ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ଏବଂ ସର୍ବଶେଷରେ ଇଏସ୍‌ଏସ୍‌ପିଏଲ୍‌ର କର୍ମଚାରୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଶିତ ହୋଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.