banner
Breaking

ନିଖିଳ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟବୀମା କର୍ମଚାରୀ ହିତାଧିକାରୀ ମହାସଂଘର ପ୍ରତିନିଧି ସମ୍ମିଳନୀ

0

ଭୁବନେଶ୍ୱର,୧୯/୧- ନିଖିଳ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟବୀମା କର୍ମଚାରୀ ହିତାଧିକାରୀ ମହାସଂଘର ପ୍ରତିନିଧି ସମ୍ମିଳନୀ କିଟ୍ ବିଶ୍ୱବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଉପାଧ୍ୟକ୍ଷ ପବିତ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଢଙ୍ଗୀ ଯୋଗଦେଇ କହିଥିଲେ ଓଡିଶାର କର୍ମଚାରୀ ହତିଧିକାରୀଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା କ୍ଷେତ୍ରରେ ବହୁ ଅସୁବିଧା ଉପୁଜୁଛି । କେଉଁଠାରେ ଡାକ୍ତର ନାହାନ୍ତି ତ କେଉଁଠାରେ ଉନ୍ନତ ମାନର ସେବା ମଧ୍ୟ ମିଳୁ ନାହିଁ । ତାହା ସହିତ ଔଷଧ କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଯାଉଛି । ଏ ସବୁ ଦିଗରେ ଓଡିଶା ବହୁ ପଛରେ ରହିଛି । ସେଥିପାଇଁ ଆହୁରି ଅନେକ ଡାକ୍ତରଖାନାର ଆବଶ୍ୟକତା ରହିଛି । ଇ.ଏସ୍‌.ଆଇ ଡାକ୍ତରଖାନାରେ ଉପୁଜିଥିବା ବିଭିନ୍ନ ସମସ୍ୟାର ସମାଧାନ ସହିତ ସୂଚାରୁ ରୂପେ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ କେନ୍ଦ୍ର ସରକାରଙ୍କ ପାଖରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସାଧାରଣ ସଂପାଦକ ନନ୍ଦ କିଶୋର ସାହୁ, ମୁଖ୍ୟ ଉପଦେଷ୍ଟା ଦେବାଶିଷ ପରିଡା ପ୍ରମୁଖ ଯୋଗଦେଇ ହିତାଧିକାରୀମାନଙ୍କୁ କିଭଳି ସହଜ ଢଙ୍ଗରେ ସ୍ୱାସ୍ଥ୍ୟସେବା ମିଳିପାରିବ ଏବଂ ମହାସଂଘର ଦଶ ଦଫା ଦାବିକୁ ସାଂସଦଙ୍କ ପାଖରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ମହାସଂଘର ଏକ ସ୍ୱତନ୍ତ୍ର ୱେବ୍‌ସାଇଟ୍ ସାଂସଦଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଯେଉଁଥିରେ ଓଡିଶାର ସମସ୍ତ କର୍ମଚାରୀ ହିତାଧିକାରୀଙ୍କ ତଥ୍ୟ ରହିବା ସହିତ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖି ସମସ୍ୟା ସମାଧାନର ବାଟ ଶିଘ୍ର ବାହାରି ପାରିବ । ଉକ୍ତକାର୍ଯ୍ୟକ୍ରମରେ ବୀମାଭୁକ୍ତ ହୋଇଥିବା ବିଭିନ୍ନ ସଂଗଠନର ପ୍ରାୟ ଛଅଶହ ଜଣ ପ୍ରତିନିଧି ଭାଗ ନେଇଥିଲେ । ଏହି ଅବସରରେ ବିଭିନ୍ନ ସଂଗଠନର ଯୁବ ଉଦ୍ୱୋଗୀମାନଙ୍କୁ ମହାସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟନିର୍ବାହୀ ସଦସ୍ୟ ଜୀବନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.