banner
Breaking

ବିଦ୍ୟୁତ କଟ୍ ହେଉନାହିଁ, ଟ୍ରିପ୍ ହେଉଛି! ଶକ୍ତିମନ୍ତ୍ରୀ

0

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍‌ କାଟ ହେଉନି। ଓଭରଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ୍‌ କରିଯାଉଛି। ରାଜ୍ୟରେ ବିଦ୍ୟୁତ୍‌ ଯୋଗାଣର ଅଭାବ ନାହିଁ ବୋଲି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ସୋମବାର କହିଛନ୍ତି। ପିକ୍‌ ପିରିୟଡରେ ରାଜ୍ୟରେ ୫,୬୦୦ ମେଗାୱାଟ ବିଜୁଳିର ଆବଶ୍ୟକତା ରହୁଛି। ଗତ ବର୍ଷ ଏହା ୫,୫୦୦ ମେଗାୱାଟ ରହିଥିଲା। ଅନେକ ଜାଗାରେ ଓଭରଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ୍‌ ହୋଇଯାଉଛି। ବିଶେଷକରି ଭୁବନେଶ୍ୱର ଅଞ୍ଚଳରେ ଗୋଟିଏ ଥର ଲାଇନ ଟ୍ରିପ୍‌ ସଜାଡ଼ିବା ପାଇଁ ୩ରୁ ୪ ଘଣ୍ଟା ଲାଗୁଛି। ଗାଁ ଗହଳିରେ ଏହି ସମୟ ଆଉ ଟିକିଏ ଅଧିକ ନେଉଛି। କେମିତି ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦିଆଯିବ ସେ ନେଇ ସରକାର ଅବିରତ ଉଦ୍ୟମ ଜାରି ରଖିଛନ୍ତି। ଯେଉଁଠି ଲାଇନ କଟିଯାଇଛି, ତା’ର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡ଼ିଯାଇଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉନାହାନ୍ତି ସେଥିପାଇଁ ୨ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ ବୋଲି ମନ୍ତ୍ରୀ କହିଛନ୍ତି। ଲୋ ଭୋଲଟେଜ କାରଣ ବୈଷୟିକ ତ୍ରୁଟି। ଯେଉଁଠି ଲାଇନ ଦୂର ବାଟରେ ଅଛି, ଟ୍ରାନ୍ସଫର୍ମର କାପାସିଟି ଓଭରଲୋଡ ଅଛି, ସେଠି ଲୋ ଭୋଲ୍‌ଟେଜ ହେଉଛି। ଏହାର ପ୍ରତିକାର କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଦେବ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.